‘ଫନି’ ପୂର୍ବରୁ ଓ ପରେ! ସୋସିଆଲ୍‌ ମିଡିଆରୁ ସରୁନି ସଚେତନତା ଓ ସମବେଦନାର ବାର୍ତ୍ତା

ବାଂଲାଦେଶରେ ପ୍ରବଳ କ୍ଷୟକ୍ଷତି କରିଛି ଫନି, ସମୁଦ୍ର ଗର୍ଭରେ ଲୀନ ହୋଇଗଲା ୧୨ଟି ଗାଁ

ଭୁବନେଶ୍ୱର: ବାତ୍ୟା ‘ଫନି’ ଏବେ ଇଣ୍ଟର୍‌ନେଟ୍‌ରେ ଏକ ପ୍ରମୁଖ ବିଷୟବସ୍ତୁ ପାଲଟିଛି। ବିଭିନ୍ନ ସେଲିବ୍ରେଟି, ଘରୋଇ ସଂସ୍ଥା, ଗଣମାଧ୍ୟମ ସଂସ୍ଥା ଆଦି ସୋସିଆଲ୍‌ ମିଡିଆରେ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରହିବା ପାଇଁ ‘ଫନି’ ପୂର୍ବରୁ କହିଥିବା ବେଳେ ‘ଫନି’ ତା’ର ତାଣ୍ଡବ ରଚିବା ପରେ ବି ସୋସିଆଲ୍‌ ମିଡିଆରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଘଟିଥିବା କ୍ଷୟକ୍ଷତି ପାଇଁ ନିଜର ଦୁଃଖ ପ୍ରକାଶ କରି ହରଭଜନ ସିଂହ, ବିରେନ୍ଦ୍ର ସେହ୍ଵାଗ, ସଚିନ ତେନ୍ଦୁଲକର ଆଦି କ୍ରିକେଟ୍‌ ତାରକା ଶୁକ୍ରବାର ନିଜର ସମବେଦନା ଜଣାଇଥିଲେ।

ବାତ୍ୟା ସମୟରେ ଫେସ୍‌ବୁକ୍‌ରେ ଆରମ୍ଭ ହୋଇ ଯାଇଥିଲା ‘ଆଇ ଆମ୍‌ ସେଫ୍‌’ ଅଭିଯାନ । ଏହା ଜରିଆରେ ସୁରକ୍ଷିତ ଥିବା ବ୍ୟକ୍ତିମାନେ ନିଜ ସଂପର୍କରେ ସେମାନଙ୍କ ଶୁଭେଚ୍ଛୁଙ୍କୁ ସୂଚନା ଦେଇ ପାରୁଥିଲେ।

ସେହିପରି ‘ଫନି’ ପୂର୍ବରୁ ଦୂରଦର୍ଶନର  ଟ୍ଵିଟର୍‌ ପେଜ୍‌ରେ ମଧ୍ୟ ଟ୍ଵିଟ୍‌ କରାଯାଇ ଓଡ଼ିଶାବାସୀଙ୍କୁ ସଚେତନ କରାଯାଇଥିଲା। ୩ ତାରିଖ ଦିନ ଡିଡି ନେସ୍‌ନାଲ୍‌ ଟ୍ଵିଟ୍‌ କରି ଲେଖିଥିଲା କି ‘ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଏବଂ ଟଙ୍କାକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ନିଜ ପାଖରେ ନିହାତି ଆବଶ୍ୟକୀୟ ସାମଗ୍ରୀ ନିଶ୍ଚୟ ରଖନ୍ତୁ। ଯଦି ପାରୁଛନ୍ତି ନିଜ ପରିବାରକୁ ନେଇ ସୁରକ୍ଷିତ ସ୍ଥାନକୁ ତୁରନ୍ତ ସ୍ଥାନାନ୍ତରିତ ହୋଇଯାଆନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe