ଭୁବନେଶ୍ୱର: ବାତ୍ୟା ‘ଫନି’ରେ ର୍ବିପଯ୍ୟସ୍ତ ଓଡ଼ିଶାର ପୁନଃରୁଦ୍ଧାର ପାଇଁ ପ୍ରୟାସ। ଦେଶର କୋଣ ଅନୁକୋଣରୁ ଓଡ଼ିଶା ପାଇଁ ସହାୟତାର ହାତ ବଢୁଥିବାବେଳେ ଏଣିକି ବିଦେଶରୁ ମଧ୍ୟ ସହାୟତା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟର୍ ପେଜରୁ ସୂଚନା ମିଳିଛି। ‘ଫନି’ ପ୍ରପୀଡ଼ିତ ଓଡ଼ିଶାର ପୁର୍ନଗଠନ ପାଇଁ ଏଣିକି ବିଦେଶରୁ ସହାୟତା ରାଶି ସିଧିସଳଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟରୁ ସୂଚନା ମିଳିଛି। ଏପରିକି ଯଦି ଆପଣ ଆମେରିକା, କାନାଡ଼ା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ୟୁଏଇ ବାସିନ୍ଦା କିମ୍ବା ଏନଆରଆଇ ହୋଇଥିଲେ ମଧ୍ୟ ଆପଣ ଓଡ଼ିଶା ପାଇଁ ସହାୟତାର ହାତ ବାଇପାରିବେ। ତେବେ ଅନ୍ୟ କିଛି ସମସ୍ୟା ଥିଲେ କିମ୍ବା ଅଧିକ ସୂଚନା ଜାଣିବାକୁ ହେଲେ ଆପଣ ଦିଆଯାଇଥିବା ଏହି ସବୁ ନମ୍ବରରେ ଯୋଗାଯୋଗ କରିପାରିବେ।
‘ଫନି’ ପ୍ରପୀଡ଼ିତଙ୍କୁ ବିଦେଶରୁ ରହି ବି ବଢ଼ାଇ ପାରିବେ ସହାୟତର ହାତ
Advertisment
Follow Us