ଉତ୍ତର ଓଡ଼ିଶାରେ ଫନି: ମୟୂରଭଂଜରେ ପ୍ରବଳ ବର୍ଷା ଓ ପବନ, ୪୫,୦୦୦ ସ୍ଥାନାନ୍ତରିତ

ଘରୁ ନବାହାରିବା ଲାଗି ପ୍ରଶସନର .ଘୋଷଣା

ଉତ୍ତର ଓଡ଼ିଶାରେ ଫନି: ମୟୂରଭଂଜରେ ପ୍ରବଳ ବର୍ଷା ଓ ପବନ, ୪୫,୦୦୦ ସ୍ଥାନାନ୍ତରିତ

youtube.com

ବାରିପଦା/ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଶୁକ୍ରବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ଓ ଭୁବନେଶ୍ୱରରେ ତାଣ୍ଡବ ରଚିବା ପରେ ସନ୍ଧ୍ୟା ଆରମ୍ଭ ହେବା ପରେ ଉତ୍ତର ଓଡ଼ିଶା ଦିଗରେ ଗତି କରିଛି। ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜରେ ପ୍ରବଳ ବେଗରେ ପବନ ହୋଇଛି। ମୟୁରଭଞ୍ଜ ଜିଲ୍ଲାରେ  ପବନ ଓ ବର୍ଷା ବୃଦ୍ଧି ପାଇବାରେ ଲାଗିଛି। ବାହାରକୁ ନଯିବାକୁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି। ପ୍ରାୟ ୪୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ବାରିପଦା, .ମୋରଡା ଓ ଏହା ପାଖାପାଖି ଅଂଚଳରେ ଝଡ଼ତେଫାନ ହୋଇଛି।

ଏହା ପୂର୍ବରୁ ବାତ୍ୟା କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଜିଲ୍ଲାରେ ପ୍ରଳୟ ରଚନା କରିଛି। ବାତ୍ୟା ଫନି ଶୁକ୍ରବାର ସକାଳ ୮ଟାରେ ପୁରୀରେ ଲ୍ୟାଣ୍ଡଫଲ କରିବା ପରେ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବୋହିଲା। ଏହା ପରେ ଭୁବନେଶ୍ୱରରେ ଘର-ଦ୍ୱାର, ଦୋକାନ-ବଜାର ଭାଙ୍ଗି ବଡ଼ ବଡ଼ ଗଛ ଉପାଡି ଥିଲା। ବାତ୍ୟା ଯୋଗୁଁ ଭୁବନେଶ୍ୱରରେ ଆଜି କୋଟି କୋଟି ଟଙ୍କା କ୍ଷତି ଘଟିଛି।

ଆଜି ସକାଳ ୮ଟାରୁ ପୁରୀ ଓ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳରେ ବିଦ୍ୟୁତ କାଟି ଦିଆଯାଇଛି। ପ୍ରାୟ ୧୧ ଲକ୍ଷ ଲୋକ ଏବେ ବଡ଼ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବାତ୍ୟା ଆଶ୍ରୟସ୍ଥଳରେ ଲୋକେ ଦିନ କାଟୁଥିବା ଥିବା ବେଳେ ସେମାନଙ୍କ ଘର ଦ୍ୱାର କେମିତି ଅବସ୍ଥାରେ ଥିବ ସେ ନେଇ ଚିନ୍ତା କରୁଛନ୍ତି। କାରଣ ରାଜଧାନୀ ଭୁବନେଶ୍ୱରର ବସ୍ତି ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe