ବଙ୍ଗୋପସାଗରରେ ଅଧିକ ସମୟ ରହିଥିଲା ‘ଫନି’ ବାତ୍ୟାର ଆଖିର ପରିସରରେ ଥିଲା ରାଜଧାନୀ

Advertisment

ଆଖିର ପରିଧି ୨୮ କିମି, ବେଗ ୨୨ କିମି ଥିଲା

ଆଖିର ପରିଧି ୨୮ କିମି, ବେଗ ୨୨ କିମି ଥିଲା

ବଙ୍ଗୋପସାଗରରେ ଅଧିକ ସମୟ ରହିଥିଲା ‘ଫନି’ ବାତ୍ୟାର ଆଖିର ପରିସରରେ ଥିଲା ରାଜଧାନୀ

ଭୁବନେଶ୍ବର: ମେ’ ୩ରେ ଉପକୂଳ ଓଡ଼ିଶାକୁ ଧ୍ବସ୍ତବିଧ୍ବସ୍ତ କରିଥିଲା ବାତ୍ୟା ‘ଫନି’। ୧୦ରୁ ଅଧିକ ଜିଲ୍ଲାକୁ ପ୍ରଭାବିତ କରିଥିବା ‘ଫନି’ ବଙ୍ଗୋପସାଗରରେ ତିଷ୍ଠି ରହିଥିବା ସବୁଠାରୁ ଅଧିକ ସମୟ ବାତ୍ୟା। ଏକ ଲଘୁଚାପ ଭାବେ ସୃଷ୍ଟି ହେବା ପରେ ଏହା ସବୁଠାରୁ ଅଧିକ ଦିନ ତିଷ୍ଠି ରହିଥିଲା ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଉଭୟ ସମୁଦ୍ର ଓ ସ୍ଥଳଭାଗରେ ଦୀର୍ଘ ୧୧ ଦିନ ଧରି ତିଷ୍ଠି ରହିଥିଲା। ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ବାତ୍ୟାର ତୀବ୍ରତା ସମୁଦ୍ରରେ ସମାନ ରହିଥିଲା। ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟରେ ଲ୍ୟାଣ୍ତଫଲ୍‌ ହେବା ପରେ ମଧ୍ୟ ଏହାର ତୀବ୍ରତା କମି ନଥିଲା। କିନ୍ତୁ ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ପ୍ରବଳ ମାତ୍ରାରେ ବର୍ଷା ହୋଇ ନଥିଲା। ଏହି ସମୟରେ ସାତପଡ଼ାରେ ସମୁଦ୍ରର ଢେ଼ଉର ଉଚ୍ଚତା ୧୦ ଫୁଟ ରହିଥିଲା। ପବନର ଗତି ଘଣ୍ଟା ପ୍ରତି ୨୦୦ କିମିରୁ ଅଧିକ ଥିଲା।

ଏହି ଘୂର୍ଣ୍ଣିବାତ୍ୟା ଏପ୍ରିଲ ୨୪ରୁ ଲଘୁଚାପର ରୂପ ନେଇଥିଲା। ଲ୍ୟାଣ୍ତଫଲ୍‌ ପରେ ଉପକୂଳ ଲ˚ଘିବା ପାଇଁ ଦୁଇ ଘଣ୍ଟା ସମୟ ନେଇଥିଲା। ଏହାପରେ ଭୁବନେଶ୍ବର ଓ ନିକଟବର୍ତୀ ଅଞ୍ଚଳକୁ ମୁହାଁଇଥିଲା। ବାତ୍ୟାର ଆଖିର ପରିସର ମଧ୍ୟରେ ଓଡ଼ିଶାର ରାଜଧାନୀ ରହିଥିଲା। ଏହି ଆଖିର ପରିଧି ୨୮ କିମି ଥିଲା। ଏହା ୨୨ କିମି ବେଗରେ ଗତି କରୁଥିଲା। ଡ. ସାହୁ ଆହୁରି କହିଛନ୍ତି ଯେ ବାତ୍ୟା ପ୍ରାୟ ୩୦ ମିନିଟ୍‌ ପାଇଁ ଥମି ଯାଇଥିଲେ ମଧ୍ୟ ଏହାପରେ ପବନର ଗତି ଓ ଦିଗ ବଦଳି ଯାଇଥିଲା। ବାତ୍ୟାର ଆଖି ଉପକୂଳ ଲ˚ଘିବା ପରେ ପବନର ବେଗ ବୃଦ୍ଧି ପାଇଥିଲା। ଭୁବନେଶ୍ବରରେ ପହଞ୍ଚିବା ପର୍ଯ୍ୟନ୍ତ ବାତ୍ୟାର ତୀବ୍ରତା ସମାନ ରହିଥିଲା। ପରେ ଏହାର ଦିଗ ପରିବର୍ତନ ହୋଇ ଉତ୍ତର ପୂର୍ବ ଦିଗ ଆଡ଼କୁ ମୟୂରଭଞ୍ଜମୁହାଁ ହୋଇଥିଲା। ଦ୍ରୁତ ବେଗରେ ପବନ ଓ ଏହାର ଗତି ଯୋଗୁଁ ସ୍ଥଳ ଭାଗରେ ‘ଫନି’ ପ୍ରଳୟ ରଚିଥିଲା। ତେବେ ଏହି ବିପର୍ଯ୍ୟୟ ଆହୁରି ଅଧିକ ହୋଇଥାନ୍ତା, ଯଦି ଏହା ଅଧିକ ସମୟ ସ୍ଥଳଭାଗରେ ସ୍ଥିର ହୋଇ ରହିଥାନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe