‘ଫନି’ ମୁକାବିଲା : ଅସ୍ତରଙ୍ଗ-କାକଟପୁରରେ ୨୭,୦୦୦ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ

‘ଫନି’ ମୁକାବିଲା : ଅସ୍ତରଙ୍ଗ-କାକଟପୁରରେ ୨୭,୦୦୦ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ

(Photo credit: IANS)

ଭୁବନେଶ୍ୱର : ବାତ୍ୟା ‘ଫନି’ର ପ୍ରକୋପକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ହ୍ରାସ କରିବା ଲାଗି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପୂର୍ବାନୁମାନ ଅନୁସାରେ, ‘ଫନି’ ପୁରୀ ନିକଟସ୍ଥ କୌଣସି ସ୍ଥାନରୁ ଲ୍ୟାଣ୍ଡଫଲ କରିବ । ଏହାକୁ ବିଚାରକୁ ନେଇ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକ୍‌ର ସମୁଦ୍ରକୂଳିଆ ଅଞ୍ଚଳରେ ୨୩,୦୦୦ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।

publive-image The Hans India

ନିକଟସ୍ଥ ଅଞ୍ଚଳରେ ଥିବା ୪୪ଟି ବାତ୍ୟା ଆଶ୍ରୟସ୍ଥଳକୁ ଅସ୍ତରଙ୍ଗର ୧୧,୦୦୦ ଓ କାକଟପୁରର ୧୬,୦୦୦ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଉଛି । ଏହି ପ୍ରକ୍ରିୟା ଆସନ୍ତା କାଲି ସଂନ୍ଧ୍ୟା ସୁଧା ଶେଷ ହେବ । ଜିଲ୍ଲା ପ୍ରଶାସନ କର୍ମଚାରୀ, ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ କର୍ମଚାରୀଙ୍କ ସହାୟତାରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ୩ତାରିଖ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ‘ଫନି’ ପୁରୀ ନିକଟରେ ସ୍ଥଳଭାବ ଛୁଇଁବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe