ଫନି କ୍ଷତିଗ୍ରସ୍ତ ଅଞ୍ଚଳର ସରକାରୀ ସ୍କୁଲରେ ଦରମା ଛାଡ଼, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ୍‌ ପୋଷାକ

Advertisment
ଫନି କ୍ଷତିଗ୍ରସ୍ତ ଅଞ୍ଚଳର ସରକାରୀ ସ୍କୁଲରେ ଦରମା ଛାଡ଼, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ୍‌ ପୋଷାକ

New Indian Express

ଭୁବନେଶ୍ୱର: ‘ଫନି’ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳର ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଦରମା ଓ ପରୀକ୍ଷା ଫିସ୍‌ ଛାଡ଼ କରାଯିବ। ଆଜି ବାତ୍ୟା ପ୍ରଭାବିତଙ୍କ ଲାଗି ୧୬୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ସମୟରେ ଏହା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକରୁ ହାଇସ୍କୁଲ୍‌ ସ୍ତର ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟଗୁଡ଼ିକରେ ଏହି ଛାଡ଼ କରାଯିବ।

ଏହାଛଡ଼ା ଅତି କ୍ଷତିଗ୍ରସ୍ତ ଅଂଚଳରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ସ୍କଲ୍‌ ପୋଷାକ ଏବଂ ଅତ୍ୟଧିକ କ୍ଷତିଗ୍ରସ୍ତ ଅଂଚଳର ସ୍କୁଲ୍‌ ପିଲାମାନଙ୍କୁ ଆଉ ହଳେ ଅଧିକ ସ୍କୁଲ୍‌ ପୋଷାକ ପ୍ରଦାନ କରାଯିବ। ଏହି ସୁବିଧା ପ୍ରାଥମିକ ବିଦ୍ୟାଳୟ (ଅଷ୍ଟମ ଶ୍ରେଣୀ)ସ୍ତର ପର୍ଯ୍ୟନ୍ତ ଉପଲବ୍ଧ।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ‘ଫନି’ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪୩ ଛୁଇଁଛି ଓ ସର୍ବାଧିକ ୨୧ ଜଣ ପୁରୀ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି। ଏଥିସହ କଟକ ଜିଲ୍ଲାରେ ୬, ଖୋର୍ଦ୍ଧାରେ ୫, ଯାଜପୁରରେ ୪ , ମୟୂରଭଞ୍ଜ ଜିଲ୍ଲାରେ ୪ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ ‘ଫନି’ ଯୋଗୁଁ ମତ୍ୟୁମୁଖରେ ପଡ଼ିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସରକାରୀ ତଥ୍ୟ ଅନୁସାରେ , ‘ଫନି’ ଯୋଗୁଁ ୩୪ ଲକ୍ଷ ପ୍ରାଣୀ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe