ରିପୋର୍ଟ: ସମୁଦ୍ର ପଥରେ ୧୧ ଦିନ ଗତି କରିଥିଲା ‘ଫନି’

Advertisment
ରିପୋର୍ଟ: ସମୁଦ୍ର ପଥରେ ୧୧ ଦିନ ଗତି କରିଥିଲା ‘ଫନି’

ଭୁବନେଶ୍ୱର: ଝଡ଼ ‘ଫନି’ ସମୁଦ୍ର ପଥରେ ୧୧ ଦିନ ଯାଏଁ ଗତି କରିଥିଲା। ଏହାକୁ ଦୀର୍ଘତମ ‘କ୍ରାନ୍ତୀୟ’ ଝଡ଼ କୁହାଯାଉଛି, ଯାହାକି ମେ’ ମାସ ୩ରେ ଉପକୂଳ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସେଣ୍ଟର ଫର ଏନଭରମେଣ୍ଟ ଆଣ୍ଡ କ୍ଲାଇମେଟ) ରିପୋର୍ଟ ଅନୁସାରେ ସମୁଦ୍ର ପଥରେ ଏହି ଝଡ଼ ଦୀର୍ଘ ସମୟ ଧରି ଚାଲିଥିଲା।

‘ସିଇସି’ର ନିର୍ଦ୍ଦେଶକ ଡ. ଏସ୍‌.ସି. ସାହୁ କହିଛନ୍ତି, ସାମୁଦ୍ରିକ ଝଡ଼ ୧୧ ଦିନ ଯାଏଁ ସମୁଦ୍ରରେ ଗତି କରିବା ପରେ ସ୍ଥଳଭାଗକୁ ଛୁଇଁଥିଲା। ପୁରୀ ଜିଲ୍ଲାର ବ୍ରହ୍ମଗିରି ନିକଟରେ ‘ଫନି’ ସ୍ଥଳଭାଗକୁ ସ୍ପର୍ଶ କରିବା ପରେ ମଧ୍ୟ ଦୁର୍ବଳ ହୋଇ ନଥିଲା। ବାତ୍ୟା ପରେ ମଧ୍ୟ ପ୍ରବଳ ବର୍ଷା ହୋଇ ନଥିଲା ବୋଲି ସେ କହିଛନ୍ତି। ସାତପଡ଼ାର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପବନ ୧୦ ଫୁଟ ଉଚ୍ଚରେ ବୋହିଥିବା ବେଳ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଗତି କରୁଥିଲା।

publive-image The Hindu

ଭାରତ ମହାସାଗରରେ ଦେଇ ଯାଇଥିବା ବିଷୁବବୃତ୍ତ ନିକଟରେ ଏକ ଘୂର୍ଣ୍ଣିବଳୟରୁ ସାମୁଦ୍ରିକ ଝଡ଼ ଏପ୍ରିଲ ୨୪ରେ ସୃଷ୍ଟି ହୋଇଥିଲା। ସ୍ଥଳଭାଗ ଛୁଇଁବା ପରେ ଅତିକ୍ରମ କରିବା ପାଇଁ ୨ ଘଣ୍ଟା ସମୟ ନେଇଥିଲା। ଫନି ଉତ୍ତର ଦିଗରେ ଭୁବନେଶ୍ୱର ଏବଂ ଏହାର ପାଖାପାଖି ଅଂଚଳରେ ତାଣ୍ଡବ ରଚାଇଥିଲା। ଡ. ସାହୁ କହିଛନ୍ତି ବାତ୍ୟା ସମୟରେ ଏକ ଶାନ୍ତି କାଳ ୩୦ ମିନିଟ ପାଇଁ ଥିଲା, ଯାହାକି ପବନର ବେଗକୁ ବଦଳାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe