ବାତ୍ୟା ‘ଫନି’ ପାଇଁ ଅସ୍ତରଙ୍ଗରେ ହାଇଆଲର୍ଟ; ପୂର୍ବାହ୍ନ ୧୧ଟା ସୁଦ୍ଧା ଚାରି ହଜାର ଲୋକ ସ୍ଥାନାନ୍ତରିତ

ବାତ୍ୟା ‘ଫନି’ ପାଇଁ ଅସ୍ତରଙ୍ଗରେ ହାଇଆଲର୍ଟ; ପୂର୍ବାହ୍ନ ୧୧ଟା ସୁଦ୍ଧା ଚାରି ହଜାର ଲୋକ ସ୍ଥାନାନ୍ତରିତ

ଅସ୍ତରଙ୍ଗ: ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରକୋପରୁ ଲୋମାନଙ୍କୁ ନିରାପଦ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଚାରି ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଗୁରୁବାର ସକାଳେ ତହସିଲଦାର ଅଶୋକ ସ୍ୱାଇଁ ଆଦେଶ ଦେଇଛନ୍ତି।

ବୁଧବାର ଅପରାହ୍ଣରେ ହାଇଆଲର୍ଟ ଜାରି କରାଯିବା ପରେ ଓଡ୍ରାଫ୍ଟ ଟିମ୍‌ ପହଞ୍ଚିଥିଲା। ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇ ଲୋକମାନଙ୍କୁ ବାତ୍ୟା ସଂକ୍ରାନ୍ତରେ ସତର୍କ କରାଇ ଦିଆଯାଇଛି।

publive-image

ଆଜି ସକାଳୁ ଝିପିଝିପି ବର୍ଷା ସହ ସମୁଦ୍ର ଆଡୁ ପବନ ବହିବା ଆରମ୍ଭ ହୋଇଛି। ପ୍ରଶାସନର ଅନୁରୋଧ ଓ ଉଦ୍ୟମ ସତ୍ତ୍ୱେ ଲୋକେ ସେମାନଙ୍କର ଭଟାମାଟି ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଅମଙ୍ଗ ହେଉଛନ୍ତି।

ଅସ୍ତରଙ୍ଗର କେଉଟଜଙ୍ଗା, ନଟରା, ଶିଶୁଅ, ବେଳଙ୍ଗ, ସହନ, ସୁଧିକେଶ୍ୱର, ନୂଆଗଡ଼, ବିଲୁଆମୁଣ୍ଡଳୀ, ନଗର, କାଳିଆକଣ ପରି କେତେକ ବିପଦଶଙ୍କୁଳ ସ୍ଥାନରୁ ଲୋକମାନଙ୍କୁ ନିକଟବର୍ତ୍ତୀ ବାତ୍ୟା ଆଶ୍ୟୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe