ପୁରୀରେ କୂଳ ଲଙ୍ଘିଲାଣି ସମୁଦ୍ର, ପ୍ରଶାସନ ତରଫରୁ ଲଗିଲା ଲାଲ୍‌ ପତାକା

Advertisment
ପୁରୀରେ କୂଳ ଲଙ୍ଘିଲାଣି ସମୁଦ୍ର, ପ୍ରଶାସନ ତରଫରୁ ଲଗିଲା ଲାଲ୍‌ ପତାକା

ପୁରୀ: ସାମୁଦ୍ରିକ ବାତ୍ୟା ‘ଫନି’ ର ପ୍ରଭାବରେ ପୁରୀ ଠାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଆରମ୍ଭ କଲାଣି।

ଏବେ ବେଳାମାର୍ଗ ଠାରେ ସମୁଦ୍ର ମାତ୍ର ୨୦ ଫୁଟ୍‌ ଦୂରରେ ରହିଥବା ବେଳେ ସ୍ୱର୍ଗଦ୍ୱାର ଠାରେ ମାତ୍ର ୨୦ ଫୁଟ୍‌ ଦୂରରେ ରହିଛି। ଉତ୍ତାଳ ଲହରି ମାଡ଼ି ଆସି ମାଟି ଧୋଇ ନେଇ ଥିବାରୁ ସେଠାରେ କୃତ୍ରିମ ଜଳାଶୟ ସୃଷ୍ଟି ହେବା ପରି ଦିଶୁଛି।

publive-imageପ୍ରଶାସନ ତରଫରୁ ସମୁଦ୍ର କୂଳରେ ଲାଲ୍‌ ପତାକା ଲଗାଯାଇଛି। ଦଉଡ଼ି ବନ୍ଧା ଯାଇ, ତାହାକୁ ନ ଟପିବା ପାଇଁ ପର୍ଯ୍ୟଟକମାନଙ୍କୁ ସତର୍କ କରାଇ ଦିଆ ଯାଇଛି। ହୁଇସିଲ୍‌ ଧରି ଲାଇଫ୍‌ଗାର୍ଡମାନେ ସମୁଦ୍ର କୂଳରେ ବୁଲୁଛନ୍ତି।

ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଥିବାରୁ ଓଏସ୍‌ଆର୍‌ଟିସି ତରଫରୁ ପର୍ଯ୍ୟଟକମାନଙ୍କୁ ପୁରୀରୁ ବାହାରକୁ ନେବା ପାଇଁ ବସ୍‌ ଚଳାଚଳ ବ୍ୟବସ୍ଥା କରାଯାଇଛି।

ପୁରୀରେ ଥିବା ପ୍ରାୟ ସବୁ ହୋଟେଲ୍‌ରୁ ପର୍ଯ୍ୟଟକମାନେ ବାହାରି ଗଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe