ଫନିର ଶକ୍ତି ଯେତିକି ହେବ ବୋଲି ଆଶଙ୍କା କରାଯାଉଥିଲା ତା ତୁଳନାରେ କମ ରହିଛି : ଆମେରିକା ନୌସେନା

Advertisment
ବିପଦ ସମୟରେ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଇଲେ କୋହଲି, ସେହଓ୍ଵାଗ, ଅଭିଷେକ ବଚ୍ଚନ ଓ ଭଜି

ଭୁବନେଶ୍ୱର : ଭୀଷଣ ସାମୁଦ୍ରିକ ବାତ୍ୟା ଫନି ପୁରୀ ନିକଟରେ ଲାଣ୍ଡଫଲ କରିଛି । ତେବେ ଏହାର ଆଖି ଏବେ ମଧ୍ୟ ପ୍ରାୟ ୩୦ କିଲୋମିଟର ଦୂରରେ ରହିଛି । ଏହା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ଟପିବା ଆଶଙ୍କା କରିଛି ପାଣିପାଗ ବିଭାଗ । ତେବେ ଆମେରିକା ନୌସେନା କହିଛି ଯେ ଗତ କିଛି ଘଣ୍ଟା ମଧ୍ୟରେ ଫନି ସାମାନ୍ୟ ଦୁର୍ବଳ ହୋଇପଡିଛି । ଅର୍ଥାତ ପୂର୍ବରୁ ଯେଉଁ ଶକ୍ତି ସହ ଏହା ଆସିବା ଅନୁମାନ କରାଯାଉଥିଲା ଏବେ ତାଠାରୁ ଟିକିଏ ଦୁର୍ବଳ ହୋଇ ସ୍ଥଳଭାଗ ଛୁଇଁଛି । ଏହା ଆସନ୍ତା କାଲି ସଂଧ୍ୟା ସୁଦ୍ଧା ବାଂଲାଦେଶ ଛୁଇଁବା ସମ୍ଭାବନା ରହିଛି ।

ଏହି ବାତ୍ୟା ସଂପର୍କରେ ତଥ୍ୟ ହାସଲ କରିବା ପାଇଁ ଆମେରିକା ନୌସେନା ନିଜସ୍ୱ ଶକ୍ତିଶାଳୀ ସାଟେଲାଇଟ ବ୍ୟବହାର କରିବା ସହ ଭାରତୀୟ ଡପଲର ରାଡାର ମାଧ୍ୟମରେ ମିଳୁଥିବା ତଥ୍ୟକୁ ମଧ୍ୟ ମିଳାଇ ପୂର୍ବାନୁମାନ କରୁଛି । ପୂର୍ବରୁ ଆଶା କରାଯାଉଥିଲା ଯେ ଫନିର ଯୋଗୁଁ ପବନର ବେଗ ୨୨୦ କିଲୋମିଟର ଟପିବ । କିନ୍ତୁ ଏବେ ସୁଦ୍ଧା ହୋଇଥିବା ପବନ ୨୦୦ କିଲୋମିଟରରୁ କମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe