‘ଫନି’ ଯୋଗୁଁ ୧୦ ହଜାରରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି, ୨୯ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି: ସେସୁ

‘ଫନି’ ଯୋଗୁଁ ୧୦ ହଜାରରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି, ୨୯ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି: ସେସୁ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଯୋଗୁଁ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ଜଣାପଡ଼ିଛି। ଫନି ଯୋଗୁଁ ରାଜଧାନୀର ୨୯ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି ବୋଲି ରବିବାର ସେସୁ (ସାଉଥ ଇଲେକ୍ଟ୍ରିସିଟି ସପ୍ଲାଏ ୟୁନିୟନ) ସୂଚନା ଦେଇଛି। ‘ସେସୁ’ର ବରିଷ୍ଠ ମହାପ୍ରବନ୍ଧକ ସୁବ୍ରତ ମିଶ୍ରଙ୍କ ସୂଚନା ଅନୁସାରେ ପ୍ରଭାବିତ ଅଂଚଳ ସହିତ ସଂପୂର୍ଣ୍ଣ ରୂପେ ଯୋଗାଯୋଗ ହୋଇପାରି ନାହିଁ। ପୁରୀରେ ଭୀଷଣ ମାତ୍ରରେ କ୍ଷତି ହୋଇଛି, ଯାହା କି ଆକଳନ କରିବା ସମ୍ଭବ ନୁହେଁ। ଭୁବନେଶ୍ୱରରେ ସେସୁର ଅତିରିକ୍ତ ୧୫୦୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଯଥା ସମ୍ଭବ ଆମେ ଭୁବନେଶ୍ୱରକୁ ବିଦ୍ୟୁତ ସଂଯୋଗ କରିବୁ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ବିଦ୍ୟୁତ ଯୋଗାଣ ନେଇ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି, ଜରୁରୀକାଳୀନ ଭିତ୍ତିରେ କିଛି ଅନୁଷ୍ଠାନକୁ ରବିବାର ରାତି ସୁଦ୍ଧା ବିଦ୍ୟୁତ ଯୋଗାଇ ଦିଆଯିବ। ହସ୍‌ପିଟାଲ, ରେଳବାଇ ଓ ବିମାନମନ୍ଦରକୁ ପ୍ରଥମେ ବିଦ୍ୟୁତ ଯୋଗାଇ ଦିଆଯିବ। ଘରୋଇ ଉପଭୋକ୍ତାଙ୍କୁ ସୋମବାର ବିଦ୍ୟୁତ ସେବା ଯୋଗାଇ ଦିଆଯିବ।

publive-image

ବାତ୍ୟା ଫନି ଯୋଗୁଁ ୧୨୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଶକ୍ତି ସଚିବ କହିଛନ୍ତି। ବିଦ୍ୟୁତ ଯୋଗାଣ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି, ଭୁବନେଶ୍ୱର, ପୁରୀ ଓ କଟକରେ ଗ୍ରୀଡ଼ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କଟକରେ ସମସ୍ତ ଗ୍ରୀଡ଼ କାମ ଶେଷ ହୋଇଥିବା ବେଳେ ସୋମବାର ସୁଦ୍ଧା ଭୁବନେଶ୍ୱରରେ ଶେଷ ହେବ। ପୁରୀରେ କାମ ଶେଷ ହେବାକୁ ୩ ଦିନ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe