ଫନି ପୁରୀରେ ସ୍ଥଳଭାଗ ଛୁଇଁବା ପରେ ଖୋର୍ଦ୍ଧା-କଟକ-ଯାଜପୁର-ଭଦ୍ରକ-ବାଲେଶ୍ବର ଦେଇ ଫଶ୍ଚିମବଙ୍ଗ ଯିବ

ଫନି ପୁରୀରେ ସ୍ଥଳଭାଗ ଛୁଇଁବା ପରେ ଖୋର୍ଦ୍ଧା-କଟକ-ଯାଜପୁର-ଭଦ୍ରକ-ବାଲେଶ୍ବର ଦେଇ ଫଶ୍ଚିମବଙ୍ଗ ଯିବ

IMD

ଭୁବନେଶ୍ବର : ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଶୁକ୍ରବାର ସଂଧ୍ୟା ୫.୩୦ରେ ସ୍ଥଳଭାଗ ଛୁଇଁବା ପରେ ଏହାର ଗତିପଥ କୁ ନେଇ ପୂର୍ବାନୁମାନ ସ୍ଫଷ୍ଟ ହୋଇଛି। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀରେ ସ୍ଥଳଭାଗ ଛୁଇଁବା ପରେ ଫନି ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଦେଇ ଆଗକୁ ମୁହାଁଇବ। ଏହା ଫଳରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭୦ରୁ କିମିରୁ ଅଧିକ ବେଗରେ ପବନ ବହିବ। ବାତ୍ୟା ସମୟରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୨୦୦ କିମି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଏହାପରେ ବାତ୍ୟା ଯାଜପୁର ଜିଲ୍ଲା ଦେଇ ଗତି କରି ଭଦ୍ରକ ଦିଗକୁ ବଢ଼ିବ। ଫଳରେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା ରହିବ। ଫନିର ଗତି ଫଶ୍ଚିମବଙ୍ଗକୁ ହୋଇଥିବାରୁ ଏହା ଭଦ୍ରକରୁ ବାଲେଶ୍ବର ଯିବ। ସୂଚନା ଅନୁସାରେ ବାତ୍ୟା ବାଲେଶ୍ବର  ଦେଇ ଫଶ୍ଚିମବଙ୍ଗକୁ ଗତି କରିବ। ମାତ୍ର ଫଶ୍ଚିମବଙ୍ଗ ଯିବା ବେଳକୁ ଏହାର ଶକ୍ତି ଦୁର୍ବଳ ହୋଇଯାଇଥିବ।

ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ଏନଡ଼ିଆରଏଫର ୨୮ଟି ଟିମ୍ ନିୟୋଜିତ ରହିଛନ୍ତି । କାଲି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ଲେଖାଯିବା ବେଳେକୁ ପାଣିପାଗ ବିଭାଗ କହିଛି ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିଲୋମିଟର ଦୂରରେ ଓ ବିଶାଖାପାଟଣାଠାରୁ ୩୯୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe