ମନ୍ତ୍ରୀ ଦାମ ରାଉତଙ୍କ ବିବାଦୀୟ ବୟାନ: ମୃତ ଚାଷୀ ବୃନ୍ଦାବନ ସାହୁ ମୋ ଦଳର ଲୋକ ନୁହନ୍ତି

Advertisment
ମନ୍ତ୍ରୀ ଦାମ ରାଉତଙ୍କ ବିବାଦୀୟ ବୟାନ: ମୃତ ଚାଷୀ ବୃନ୍ଦାବନ ସାହୁ ମୋ ଦଳର ଲୋକ ନୁହନ୍ତି

ଭୁବନେଶ୍ୱର: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଓ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରୁ କଟାକ୍ଷ କରିଛନ୍ତି କୃଷିମନ୍ତ୍ରୀ ଡା. ଦାମୋଦର ରାଉତ।  ବୃନ୍ଦାବନ ସାହୁ ଜଣେ ବିଜେପି ଲୋକ ବୋଲି ବିବାଦୀୟ ବୟାନ ଦେଇ ଡା.ରାଉତ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ଅଧିକ ବିବାଦୀୟ କରିଛନ୍ତି।

ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖଓ୍ଵା ବରଗଡ଼ କଳାପାଣୀ ଗ୍ରାମର ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଛନ୍ତି। ପରେ ମନ୍ତ୍ରୀ ଶ୍ରୀ ଶେଖଓ୍ଵା କହିଛନ୍ତି ଯେ ଓଡ଼ିଶାର ଚାଷୀମାନେ ବଡ଼ ଦୁର୍ଦ୍ଦିନରେ ରହିଛନ୍ତି। ଏହି ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ। ସେ କହିଛନ୍ତି ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନ ସାହୁ ହୁଏତ ଜଣେ ବିଜେପି  କର୍ମୀ ହୋଇଥିବେ। ତେଣୁ ମନ୍ତ୍ରୀ ତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଛନ୍ତି। ମାତ୍ର ବୃନ୍ଦାବନ ସାହୁଙ୍କ ପରିବାର ଆମ ଦଳର (ବିଜେଡି)ଲୋକ ନୁହଁନ୍ତ। ମୁଁ କାହିଁକି ତାଙ୍କୁ ଭେଟିିବ ବୋଲି ଡା. ରାଉତ କହିଛନ୍ତି।

ରାଜ୍ୟରେ ପ୍ରତିଦିନ ଚାଷୀ ଫସଲହାନୀରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରୁଥିବା ଓ ଧାନ କ୍ଷେତରେ ନିଆଁ ଲଗାଇ ଦେଉଥିବା ବେଳେ ରାଜ୍ୟର କୃଷିମନ୍ତ୍ରୀ ଡା. ଦାମୋଦର ରାଉତ କୃଷକମାନଙ୍କୁ ସମବେଦନା ଜଣାଇବେ କ’ଣ ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବା ସହିତ ଚାଷୀମାନଙ୍କୁ ଦଳୀୟ ଭିତ୍ତିରେ ବିବେଚନା କରି ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe