ଧାନମଣ୍ଡି ଖୋଲିବା ଦାବିରେ ଚାଷୀଙ୍କ ଆନ୍ଦୋଳନ, ଏମ୍‌ରାମପୁର-ବଲାଙ୍ଗୀର ରାସ୍ତାରେ ଯାତାୟତ ପ୍ରଭାବିତ

Advertisment
ଧାନମଣ୍ଡି ଖୋଲିବା ଦାବିରେ ଚାଷୀଙ୍କ ଆନ୍ଦୋଳନ, ଏମ୍‌ରାମପୁର-ବଲାଙ୍ଗୀର ରାସ୍ତାରେ ଯାତାୟତ ପ୍ରଭାବିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଂଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଆଜି ରିଷିଡା-ଏମ୍‌ ରାମପୁର-ବଲାଙ୍ଗୀର ରାସ୍ତାର ଗଜବାହାଲ ଛକ ଠାରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। ଫଳରେ ଭବାନୀପାଟଣା-ବଲାଙ୍ଗୀରକୁ କୌଣସି ଯାନବାହାନ ଯାଇନପାରି ଅଟକି ରହିଛି। ଧାରଣାସ୍ଥଳରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପ୍ରଫୁଲ୍ଲ ସାହୁ, ଅଶ୍ୱିନୀ ବେହେରା, ନୃପମଣି ଗହୀର, ସୁବଳ ପଧାନ, ରଶ୍ମିରଂଜନ ମିଶ୍ର, ଜ୍ୟୋତିରଞ୍ଜନ ପଧାନ, ଅଖିଳ ମିଶ୍ର, ମୋତିରାମ ସାହୁ, ଦାମୋଦର ପଧାନ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ଆମ ଆଦମୀ ପାଟି ନେତା ଦଶରଥ ସାହୁଙ୍କ ନେତୃତ୍ୱରେ ବହୁ ପୁରୁଷ ଓ ମହିଳା ଚାଷୀମାନେ ରାସ୍ତା ଉପରେ ବସି ଧାରଣା ଦେଇଛନ୍ତି।

publive-image

ତହସିଲଦାର ମିଳନ କୁମାର ଝାଙ୍କର, ଏଆରସିଏସ ମଧୁସୂଦନ ମେହେର, ସିଓ ଇନ୍ସପେକ୍ଟର ଅଜୟ କୁମାର ମୁଦୁଲି ଧାରଣାସ୍ଥଳରେ ପହଂଚି ଚାଷୀମାନଙ୍କୁ ବୁଝାସୁଝା କଲେ ମଧ୍ୟ ସେମାନେ ମଣ୍ଡି ଦାବିରେ ଅଟଳ ଅଛନ୍ତି। ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ପୁଲିସ ଟିମ ମୃତୟନ ଅଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ଟ୍ରକ ଓ ବସ ଅଟକି ଥିବାରୁ ଯାତ୍ରୀମାନେ ଅସୁବିଧା ସମ୍ମୁଖୀନ ହେବା ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଖବର ଲେଖା ହେଲା ପର୍ଯ୍ୟନ୍ତ ଚାଷୀମାନେ ରାସ୍ତାରୁ ଓହରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe