ବଜ୍ରାଘାତରେ ଟଳିପଡ଼ିଲେ ଚାଷୀ, ଶ୍ରମିକ

Advertisment
ବଜ୍ରପାତରେ ବୃଦ୍ଧା ମୃତ

The Statesman

ବାଲେଶ୍ବର : ରବିବାର ଅପରାହ୍ନରେ ବଜ୍ରାଘାତରେ ବାଲେଶ୍ବର ଜିଲ୍ଲା ସଦର ବ୍ଲକର ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ସହଦେବଖୁଣ୍ଟା ଥାନା ଅଞ୍ଚଳର ଚିରାଗ ବିଶ୍ବାଳ(୩୨) ଓ ସଦର ଥାନା ଅଞ୍ଚଳର ହରେକୃଷ୍ଣ ଜେନା(୬୨)।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଶୋଇ ଅଞ୍ଚଳର ପଙ୍କଜ ବିଶ୍ବାଳଙ୍କ ପୁଅ ହେଉଛନ୍ତି ଚିରାଗ। ସେ ସହଦେଖୁଣ୍ଟା ଭୀମପୁରା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଆଜି ସ୍ଥାନୀୟ ଅଞ୍ଚଳରେ ଜଣଙ୍କ ଘରେ ପକ୍କା କାମ କରୁଥିବା ବେଳେ ଅପରାହ୍ନ ସାଢ଼େ ୨ଟାରେ ବଜ୍ରାଘାତର ଶିକାର ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ସଦର ଥାନା ଖମଟଣା ଅଞ୍ଚଳର ହରେକୃଷ୍ଣ ଆଜି ଚାଷଜମିରେ ସାର ପକାଉଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଥିଲେ। ବିଲରେ ଥିବା ଅନ୍ୟଚାଷୀ ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଏନେଇ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ପୁଲିସ ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe