ହାତୀ ଘଉଡାଇବାକୁ ଯାଇ ଆକ୍ରମଣରେ ଶିକାର ହେଲେ ଚାଷୀ, ଦିନକ ପରେ ଉଦ୍ଧାର

Advertisment
ହାତୀ ଘଉଡାଇବାକୁ ଯାଇ ଆକ୍ରମଣରେ ଶିକାର ହେଲେ ଚାଷୀ, ଦିନକ ପରେ ଉଦ୍ଧାର

ରିଆମାଳ: ହାତୀ ଘଉଡାଇବାକୁ ଯାଇ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଇରିପାଲି ଗ୍ରାମର ଜଣେ ଚାଷୀ ଆକ୍ରମଣର ଶିକାର  ହୋଇଛନ୍ତି। ଯୁବକ ଜଣଙ୍କର ପିଞ୍ଜରା ଓ ଦେହକୁ ଆଘାତ ଲାଗିଛି। ତେବେ ହାତୀ ଆକ୍ରମଣର ୨୪ ଘଣ୍ଟା ପରେ ସଂପୃକ୍ତ ଯୁବକଙ୍କୁ ଜମିରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହାତୀ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ‌ହେଲେ କୁନା ବିଶ୍ବାଳ (୪୨)।

ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ହାତୀ ଧାନ ଚାଷ କରାଯାଇଥିବା କ୍ଷେତରେ ପଶି ନଷ୍ଟ କରୁଥିଲା। ଦିର୍ଯ୍ୟୁ ବାଶ୍ବାଳଙ୍କ ପୁଅ କୁନା ବିଶ୍ବାଳ ଏହା ଜାଣିବାକୁ ପାଇଥିଲେ। ସେ ଘରେ କାହାକୁ ନ କହି ଘଉଡାଇବାକୁ ଯାଇ ଆଉ ଫେରି ନ ଥିଲେ। ରାତି ନ ଫେରିବାରୁ ପରିବାର ଲୋକ ଖୋଜା ଖୋଜି କରି ପାଇ ନ ଥିଲେ। ଦିର୍ଯୁଙ୍କୁ ଶନିବାର ଅପରାହ୍ନ ୪ ଟାରେ ନିଜ ଜମିରେ ଅଚେତ୍ ଅବସ୍ଥାରେ ପଡିଥିବା ସ୍ଥାନୀୟ ବାସିନ୍ଦା ଦେଖି ପରିବାର ଓ ବନ ବିଭାଗକୁ ଖବର ଦେଇଥିଲେ। ପରିବାର ଓ ଫରେଷ୍ଟର ସୁବାଷ ଚନ୍ଦ୍ର ଦେହୁରୀ ପହଞ୍ଚି ଏକ ଖଟିଆରେ ତାକୁ ବୋହି ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ଦନ୍ତା ଆକ୍ରମଣରେ ତାଙ୍କର ଛାତି ଓ ଦେହରେ ବହୁ ଆଘାତ ଲାଗିଥିଲା। ସେ କୌଣସି ଉପାୟରେ ଲୁଚି ଯାଇଥିବା ବେଳେ ହାତୀଟି ପଳେଇଥିଲା ବୋଲି କୁନା କହିଛନ୍ତି।

ପରିବାର ଓ ବନବିଭାଗ କର୍ମଚାରୀ ତାକୁ ଛେଣ୍ଡିପଦା ପରେ ଅନୁଗୁଳ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଛନ୍ତି। ଅବସ୍ଥା ସୁଧୁରୁଥିବା ଜଣାପଡ଼ିଛି ।ପ୍ରକାଶ ଥାଉକି ଏହି ଅଞ୍ଚଳର ଜଙ୍ଗଲରେ ବହୁ ଦିନ ହେଲା ଦୁଇଟି ଦନ୍ତା ହାତୀ ଅଛନ୍ତି। ଧାନ ହେବା ପୂର୍ବରୁ ଧାନ ଜମିରେ ପଶି ନଷ୍ଟ କରି ଚାଲିଛନ୍ତି। ବହୁ ଧାନ ନଷ୍ଟ ହୋଇ ସାରାଲାଣି।ବନ ବିଭାଗ ଘଉଡାଉ ଥିଲେ ମଧ୍ୟ ହାତୀ ଯିବାର ନାଁ ଧରୁନି। କୁନାଙ୍କ ଜମିରେ ବହୁ ଧାନ ଗଛ ନଷ୍ଟ ହୋଇ ଯାଇଅଛି। ସେ ଧାନ ଚାଷ କରି ପରିବାର ପୋଷଣ କରନ୍ତି। ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe