ଋଣ ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
ଋଣ ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ପଟାଙ୍ଗି : ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ କରି ଚାଷ କରିଥିଲେ। ତେବେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଗଲା। ଫସଲ ନଷ୍ଟ ହେବା ପରେ ଋଣ ପରିଶୋଧ ଓ ପରିବାର ଚଳାଇବା ନେଇ ଚିନ୍ତାରେ ରହୁଥିଲେ। ଏପରିକି ଋଣ ପରିଶୋଧ ନେଇ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଶେଷରେ ଚିନ୍ତାରେ ଥିବା ଚାଷୀ ଜଣକ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ତଥା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପରଜାମୁଠାଇ ଗ୍ରାମରେ।

ପରଜାମୁଠାଇ ଗ୍ରାମର ଚୈତନ୍ୟ ହନ୍ତାଳ(୪୯) ସୁନାବେଡା ଷ୍ଟେଟ୍‌ ବ୍ୟାଙ୍କରୁ ପ୍ରତିବର୍ଷ ଋଣ ଆଣିି ଚାଷ କରୁଥିଲେ। ଫସଲ ଅମଳ ହେବା ପରେ ଋଣ ପରିଶୋଧ କରୁଥିଲେ। ଚଳିତ ବର୍ଷ ଚୈତନ୍ୟ ସୁନାବେଡା ଷ୍ଟେଟ୍‌ ବ୍ୟାଙ୍କରୁ ୧ଲକ୍ଷରୁ ଊର୍ଧ୍ୱ ଟଙ୍କା ଋଣ ଆଣି ଅଦା, ଫୁଲ କୋବି, ଧାନ, ମାଣ୍ଡିଆ ଆଦି ଚାଷ କରିଥିଲେ। ତେବେ ଅଦିନିଆ ବର୍ଷାରେ ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ଫସଲ ନଷ୍ଟ ହେବା ପରେ ଋଣ ପରିଶୋଧ ଓ ପରିବାର ଚଳାଇବା ନେଇ ସେ ଚିନ୍ତାରେ ରହୁଥିଲେ।  ଫସଲ ନଷ୍ଟ ହେବା ପରେ ଚିନ୍ତାରେ ରହୁଥିବା ଚୈତନ୍ୟ ଶେଷରେ ଗତ ରବିବାର ଦିନ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଜାଣିବା ପରେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ତାଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବର୍ତମାନ ଆଇସିୟୁରେ ରଖାଯାଇ ଚୈତନ୍ୟଙ୍କୁ ଚିିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe