ଧାନତଳି ନଷ୍ଟ ସହ ଋଣଭାର ସମ୍ଭାଳି ନପାରି ଆତ୍ମହତ୍ୟା କଲେ ଚାଷୀ

ଧାନତଳି ନଷ୍ଟ ସହ ଋଣଭାର ସମ୍ଭାଳି ନପାରି ଆତ୍ମହତ୍ୟା କଲେ ଚାଷୀ

ruralindiaonline.org

ବ୍ରହ୍ମପୁର : ଧାନତଳି ନଷ୍ଟ ହୋଇଯିବା ସହିତ ଋଣଭାର ସମ୍ଭାଳି ନପାରି ଗଞ୍ଜାମ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପାତାଳସିଙ୍ଗି ଗ୍ରାମ ଶୁଣ୍ଢିସାହିର ରମେଶ ରାହା(୫୬)। ରମେଶଙ୍କ ପରିବାରବର୍ଗ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ପୋଲସରା ଥାନା ପାତାଳସିଙ୍ଗି ଶୁଣ୍ଢିସାହିର ରମେଶ ଋଣ କରି ଚାଷ କରିଥିଲେ। ପୂର୍ବରୁ ଋଣ ଥିବା ବେଳେ ଏଥର ମଧ୍ୟ ବିଭିନ୍ନ ଲୋକଙ୍କ ଠାରୁ ହାତ ଉଧାରି ଆଣିଥିଲେ। ବିଲରେ ଧାନତଳି ପକାଇଥିବା ବେଳେ ବର୍ଷାରେ ତାହା ନଷ୍ଟ ହୋଇ ଯାଇଥି‌ଲା। ଏଣୁ ରମେଶ ମାନସିକ ଚିନ୍ତାରେ ରହୁଥିଲେ। ଗତ ୨୦ତାରିଖରେ ରମେଶ ବିଲକୁ ଯାଇଥିଲେ। ସେଠାରେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ। ଘରକୁ ଆସି ପତ୍ନୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ। କିଛି ସମୟ ପରେ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ପାଣ୍ଡିରିପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବାପା ରମେଶଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ପଠାଯାଇଥିଲା ବୋଲି ପୁଅ ସଂଜୟ କହିଛନ୍ତି। ଆଜି ଦିନ ପ୍ରାୟ ୧୧ଟା ୪୫ମିନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କ ମୃତ୍ୟୁ ଘଟିଥିଲା। ଏମ୍‌କେସିଜି ଫାଣ୍ଡି ପୁଲିସ କେସ୍ ନମ୍ବର ୩୯୭/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe