କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା

Advertisment
ହାତୀ ଫସଲ ଉଜାଡ଼ିବାରୁ ଚାଷୀଙ୍କ ଆତ୍ମହତ୍ୟା!

marathi.netive.in

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆଁ ଗ୍ରାମର ପ୍ରଭାତ ବାରିକ (୪୨) ନାମକ ଜଣେ ଯୁବଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ରୋଗପୋକ ଲାଗି ଫସଲ ନଷ୍ଟ ଏବଂ ପାରିବାରିକ କଳହକୁ କେନ୍ଦ୍ରକରି ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପ୍ରଭାତ ବିଭିନ୍ନ ସୂତ୍ରରୁ ଧାରକରଜ କରି ୨ ଏକର ଜମିରେ ଧାନଚାଷ କରିଥିଲେ। ଧାନଚାଷରେ ରୋଗପୋକ ଲାଗି ଥୋଡ଼ ନ ବାହାରିବାରୁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଏହାକୁ ନେଇ ଘରେ କିଛିଦିନ ହେଲା ପାଟିତୁଣ୍ଡ ଲାଗି ରହିଥିଲା। ଫଳରେ ମାନସିକ ଭାରସାମ୍ୟ ହରାଇ ପ୍ରଭାତ ଶୁକ୍ରବାର ଦିନ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe