ଗଞ୍ଜାମ: ବିଷପାନ କରି ଜୀବନ ହାରିଲେ ଚାଷୀ

Advertisment
ଗଞ୍ଜାମ: ବିଷପାନ କରି ଜୀବନ ହାରିଲେ ଚାଷୀ

ଗଞ୍ଜାମ :ଆଜି ରାଜ୍ୟରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏହି ଚାଷୀ ହେଉଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ପାତ୍ରପୁର ଥାନା ଅନ୍ତର୍ଗତ ଇରେନ୍ଦ୍ର ଗ୍ରାମର ଚାଷୀ ଅଜୟ ଜେନା। ସେ ବିଷପାନ କରି ଦେଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଚାଷୀ ଶ୍ରୀ ଜେନା ନିଜର ୫ଏକର ଜମି ସହିତ ୨ ଏକର ଜମି ଭାଗ ଚାଷରେ ଆଣି ଧାନ ଚାଷ କରିଥିଲେ। ୪/୫ ଦିନ ତଳେ ଧାନ ଫସଲରେ ଚକଡ଼ା ପୋକ ଲାଗିବାରୁ ସେ ବଜାରରୁ କୀଟନାଶକ କିଣି ଜମିରେ ପକାଇଥିଲା। ମାତ୍ର ଏହି କୀଟନାଶକ ରୋଗ ପୋକକୁ ଦମନ ପାରି ନ ଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ଶ୍ରୀ ଜେନା ଆଜି ସକାଳେ ସେହି କୀଟନାଶକ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe