ବିଲରେ ହଳ କରୁଥିବା ବେଳେ ଚାଷୀଙ୍କ ମୃତ୍ୟୁ, ଅଂଶୁଘାତ ଆଶଙ୍କା!

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ରିଆମାଳ : ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଜମିକୁ ହଳ କରିଯାଇବା ବେଳେ ଚାଷୀଙ୍କ ମୃତ୍ୟୁ ହୋଇଯାଇଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଂଗା କରାଯାଇଛି। ମୃତକ ହେଲେ ସେହି ଗ୍ରାମର କାତୁ ଅଦାବର (୭୨)।

ମିଳିଥିବା ସୂଚନା ଅନୁଯାୟୀ ତୁଳସୀପୁର ଗ୍ରାମର କାତୁ ଓ ତାଙ୍କ ପୁଅ ପ୍ରମୋଦ ସକାଳେ ବିଲକୁ ହଳ କରିବାକୁ ଯାଇଥିଲେ। ପ୍ରମୋଦ ହଳ କରୁଥିବା ସମୟରେ କାତୁ ଜମି ହିଡରେ ବସିଥିଲେ। ହଠାତ୍ କାତୁ ଅଚେତ ହୋଇ ତଳେ ପଡିଯାଇଥିଲେ। ଏହି ସମୟରେ ହଳ କରୁଥିବା ପୁଅ ପ୍ରମୋଦ ଦୌଡି ଆସି ଚିତ୍କାର କରିଥିଲେ। ନିକଟରେ ଥିବା ଚାଷୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ଖଇରିପାଲି ଫାଣ୍ଡିକୁ ଖବର ଦେବା ସହ ଆମ୍ବୁଲାନ୍‌ସକୁ ମଧ୍ୟ ଫୋନ୍‌ କରିଥିଲେ। ଆମ୍ବୁଲାନ୍‌ସରେ ନେବା ସମୟରେ କାତୁଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଖଇରପାଲି ଫାଣ୍ଡି ଅଧିକାରୀ ଗୋପବନ୍ଧୁ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ବ୍ୟବଚ୍ଛେଦ ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe