ବିଷ ପିଇଲେ ଆଉ ଜଣେ ଚାଷୀ

ବିଷ ପିଇଲେ ଆଉ ଜଣେ ଚାଷୀ

କଣ୍ଟାବାଞ୍ଜି/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ଆଉ ଜଣେ ଚାଷୀ ବିଷ ପିଇଛନ୍ତି। କରୁଆଁମୁଣ୍ଡା ପଂଚାୟତ କୁଲିଆଦର ଗାଁର ଏହି ଚାଷୀ ଭଗତ ସଗ୍ରିଆ (୪୦)ଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇଦିନ ତଳେ ଏହି ବ୍ଲକ୍‌ ଅନ୍ତର୍ଗତ କମେଇମୁଣ୍ଡା ଗାଁର ଚାଷୀ ଶରତ ମାଝୀ ଆତ୍ମହତ୍ୟା କରିଥିଲେ। ଭଗତଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ଭଗତଙ୍କ ପ୍ରାୟ ୫ ଏକର ଜମିର କପା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁବାର ସକାଳ ୬ଟାରେ ସେ କପା କ୍ଷେତକୁ ଗୁରୁତର ଅବସ୍ଥାରେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଡାକ୍ତର ତାଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe