ଦନ୍ତା ଆକ୍ରମଣରେ ଚାଷୀ ମୃତ

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ରାସୋଳ : ହିନ୍ଦୋଳ ବନାଞ୍ଚଳ ରାସୋଳ ଫରେଷ୍ଟ ସେକ୍ସନରେ ସୋମବାର ଦିନ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ ପଞ୍ଚୁ ବେହେରା (୫୨) ଓ ତାଙ୍କ ଘର ରାସୋଳ ମୁଣ୍ଡିଆ ସାହିରେ ବୋଲି ଜଣାଯାଇଛି।

ଘଟଣାରୁ ପ୍ରକାଶ, ପଞ୍ଚୁ ବେହେରା ପ୍ରତିଦିନ ପରି ସୋମବାର ସକାଳେ ବିଲକୁ ବୁଲିବାକୁ ଯାଇଥିବା ସମୟରେ ହଠାତ୍ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ହାତୀଟି ବିଲ ମଝିରେ ତାଙ୍କୁ ଗୋଡ଼ରେ ଦଳିଚକଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ରାସୋଳ ଫରେଷ୍ଟର ସୁଦର୍ଶନ ଦେହୁରୀ ଓ ରାସୋଳ ଥାନା ଏସ୍‌ଆଇ ରଶ୍ମିତା ରଥ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ପଠାଇଥିଲେ।

ଦନ୍ତା ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଲୋକଙ୍କୁ କିପରି ସୁରକ୍ଷା ଦେଇହେବ, ସେଥିପ୍ରତି ବନ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଖବର ପାଇ ସ୍ଥାନୀୟ ବିଧାୟିକା ସୀମାରାଣୀ ନାୟକ ମୃତକଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସମସ୍ତେ ଆଗାମୀ ଦିନରେ ସଚେତନ ହୋଇ ଚାଲିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe