ଚାଷଜମିରେ ଟଳି ପଡ଼ିଲେ ଶ୍ରମିକ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ତେଲକୋଇ/ଜଗମୋହନପୁର : ତେଲକୋଇ ଥାନା କାକୁଡ଼ିଆମ୍ବା ଗ୍ରାମରେ ବିଲରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବେଣିଡିହ ଗ୍ରାମ ଅମରସା ସାହିର ଦୁର୍ଯ୍ୟୋଧନ ପୁହାଣ (୪୫)। ଦୁର୍ଯ୍ୟୋଧନ ଜଣେ ଦିନମଜୁରିଆ ହୋଇଥିବାରୁ କାକୁଡ଼ିଆମ୍ବା ଗ୍ରାମର ଜଣେ ବ୍ୟକ୍ତିଙ୍କ ବିଲରେ କାମ କରିବାକୁ ଯାଇଥିଲେ। କାମ କରିବା ବେଳେ କାଦୁଅରେ ମୁହଁମାଡ଼ି ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତେଲକୋଇ ପୁଲିସ ସ୍ଵାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଇଛି। ଏନେଇ ତେଲକୋଇ ଥାନାରେ କେସ୍‌ ନମ୍ବର ୨୯/୨୨ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ। ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe