ଧାନକ୍ଷେତରେ ଟଳିପଡ଼ିଲେ ଚାଷୀ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଧର୍ମଶାଳା : ଧର୍ମଶାଳା ବ୍ଲକ୍ ଚୋରମୁହାଁ ପଞ୍ଚାୟତ ନାଉପାଳ ଗ୍ରାମର ଚାଷୀ ଭୀମସେନ ରାଉତ(୫୩)ଙ୍କର ଆଜି ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି। ମଧ୍ୟାହ୍ନରେ ସେ ଗାଁ ନିକଟ ଧାନ ଜମିକୁ କାମ କରିବା ପାଇଁ ଯାଇଥିଲେ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।

ସେ ଧାନ ଜମିରେ ପାଣିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ମୃତଦେହ ଜବତ କରିଛି। ମୃତ୍ୟୁର କାରଣ ସ୍ପଷ୍ଟ ହେଉନଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନାକୁ ପଠାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe