ଚାଷୀ ମୃତ୍ୟୁ ଘଟଣା, ପ୍ରଶାସନିକ ତଦନ୍ତ ଆରମ୍ଭ

Advertisment
ଚାଷୀ ମୃତ୍ୟୁ ଘଟଣା, ପ୍ରଶାସନିକ ତଦନ୍ତ ଆରମ୍ଭ

ବାଲିକୁଦା : ବଡ଼ଚଣା ବ୍ଲକ୍ ସାଉଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବାଲିକୁଦା ଗ୍ରାମର ଚାଷୀ ରବୀନ୍ଦ୍ର ପୃଷ୍ଟି(୬୫)ଙ୍କର ଗତ ଦୁଇଦିନ ତଳେ ବିରି କ୍ଷେତରେ ମୃତ୍ୟୁ ହୋଇଥିଲା। ରବୀନ୍ଦ୍ର ଜଣେ ଗରିବ କ୍ଷୁଦ୍ରଚାଷୀ ହୋଇଥିବା ବେଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଶନିବାର ଦିନ ବ୍ଲକ୍ କୃଷି ଅଧିକାରୀ ଲୋକନାଥ ମିଶ୍ର, ମୂଷାଟିକିରି ରାଜସ୍ବ ନିରୀକ୍ଷକ ଦେବାଶିଷ ବରାଳ, କୃଷି କ୍ଷେତ୍ର କର୍ମଚାରୀ ମନୋଜ କୁମାର କର ଓ ପ୍ରିୟତମା ସାମଲ ପ୍ରମୁଖ ତାଙ୍କ ପରିବାର ନିକଟରେ ପହଞ୍ଚି ପଚରାଉଚରା କରିଥିଲେ। ପରିବାର ସଦସ୍ୟଙ୍କ ଜମିଜମା ଓ ଆବଶ୍ୟକୀୟ କାଗଜପତ୍ର ନେଇଥିଲେ। ତଦନ୍ତ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ସମ୍ବାଦକୁ ସୂଚନା ଦେଇଥିଲେ।

ଗତକାଲି କିଛି କୃଷକ ସଂଗଠନର କର୍ମକର୍ତ୍ତା ରବୀନ୍ଦ୍ରଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ। ସରକାରୀ ସହାୟତା ଦାବି କରି ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘର ସଭାପତି ସଚିନ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଦର୍ପଣ ତହସିଲଦାରଙ୍କୁ ଭେଟି ଅନୁରୋଧ କରିଥିଲେ। ତହସିଲଦାର କୃଷି ଓ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe