ବାଉଁଶୁଣି ମଣ୍ଡିରେ ଚାଷୀମୃତ୍ୟୁ ଘଟଣା: ଉତ୍ତରାଧିକାରୀଙ୍କ ଖାତାକୁ ଆସିଲା ଧାନ ବିକ୍ରିଲବ୍ଧ ଟଙ୍କା

Advertisment
ବରଗଡ଼ ଧାନ ଯାଇଛି ଛତିଶଗଡ଼!

ବାଉଁଶୁଣି : ବୌଦ୍ଧ ବ୍ଲକ୍ ବାଉଁଶୁଣି ପେକ୍ସରେ ଗତ ଫେବ୍ରୁଆରି ୨୩ ତାରିଖ ଧାନ ବିକ୍ରି କରିବାକୁ ଆସିଥିବା ଯମଘାଟି ଗ୍ରାମର ଚାଷୀ ଧରଣୀ ମେହେର(୫୫)ଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ତହିଁ ପରଦିନ ତରବରିଆ ଭାବରେ ପୁଅ କ୍ଷୀରୋଦଙ୍କ ଆଖି ସ୍କାନ୍ କରାଯାଇ ପେକ୍ସ ପକ୍ଷରୁ ଧରଣୀଙ୍କର ୫୬ କ୍ୱିଣ୍ଟାଲ ୬୨ କେଜି ଧାନ କିଣା ଯାଇଥିଲା। ଧାନ ସିନା ବିକ୍ରି ହୋଇଗଲା କିନ୍ତୁ ପୁଅ କ୍ଷୀରୋଦଙ୍କ ବ୍ୟାଙ୍କ ଖାତାକୁ ଧାନ ବିକ୍ରି ଟଙ୍କା କିପରି ଆସିବ ସେ ନେଇ ପ୍ରଶାସନ ପକ୍ଷରୁ ସେତେବେଳେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ସ୍ବର୍ଗତ ଧରଣୀଙ୍କ ବ୍ୟାଙ୍କ ଖାତାରେ ଧାନବିକ୍ରି ଟଙ୍କା ପଡ଼ିଲା।

ଟଙ୍କା ଉଠାଇବାକୁ ପୁଅ କ୍ଷୀରୋଦ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିବା ସହ ବୌଦ୍ଧ ତହସିଲରୁ ଉତ୍ତରାଧିକାରୀ(ଲିଗାଲ ହେୟାର) ପ୍ରମାଣପତ୍ର ପାଇବା ପାଇଁ ଗତ ୧୭ ମାର୍ଚ୍ଚ ୨୦୨୩ରେ ଅନଲାଇନରେ ଆବେଦନ କରିଥିଲେ। ତେବେ ଆବେଦନର ୫୦ ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ଉତ୍ତରାଧିକାରୀ ପ୍ରମାଣପତ୍ର ନ ମିଳିବାରୁ କ୍ଷୀରୋଦଙ୍କୁ ଧାନବିକ୍ରି ଟଙ୍କା ମିଳିପାରୁ ନ ଥିଲା। ଏନେଇ ଗତ ୧୦ ମେ’ ୨୦୨୩ରେ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜସ୍ୱ ବିଭାଗ ତତ୍ପରତା ଦେଖାଇ କ୍ଷୀରୋଦଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର ଦେଇଥିଲା। ପରିଣାମସ୍ବରୁପ ଗତ ମଙ୍ଗଳବାର ଧାନବିକ୍ରି ବାବଦକୁ କ୍ଷୀରୋଦଙ୍କ ବ୍ୟାଙ୍କ ଖାତାରେ ୧,୧୫,୫୦୪ ଟଙ୍କା ଜମା ହୋଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe