ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଷୀ ମୃତ

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

fatafatnews.com

ଡମପଡ଼ା : ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ାରାମଚନ୍ଦ୍ରପୁର ଗ୍ରାମର ମହାଦେବ ସାହୁ (୪୦) ନାମକ ଚାଷୀ ସୋମବାର ଦିନ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ବାର୍‌ହା ଉପଦ୍ରବରୁ ଫସଲର ସୁରକ୍ଷା ପାଇଁ ତାରବାଡ଼ରେ ବିଦ୍ୟୁତ୍‌ ସଂଯୋଗ ଯୋଗୁଁ ଏହି ଘଟଣା ଘଟିଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ବାର୍‌ହାଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ବିଶ୍ୱନାଥ ବଳ ଓ ଇନ୍ଦ୍ରମଣି ବଳ ସେମାନଙ୍କ ଜମିରେ ଖୁଣ୍ଟ ପୋତି ଜିଆଇ ତାରରେ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ କରିଥିଲେ। ଅଞ୍ଚଳବାସୀ ପ୍ରତିବାଦ କରିଥିଲେ ମଧ୍ୟ ସେମାନେ ଭ୍ରୂକ୍ଷେପ କରୁନଥିଲେ। ଆଜି ସକାଳ ପ୍ରାୟ ୭ଟାରେ ଭେଡ଼ାରାମଚନ୍ଦ୍ରପୁରର ମହାଦେବ ସାହୁ ନିକଟସ୍ଥ ଜମିରେ ଲଙ୍କା ଫସଲ କୋଡ଼ୁଥିଲା ବେଳେ ତାରବାଡ଼ରେ ଥିବା ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ସ୍ଥାନୀୟ ଲୋକମାନେ ମହାଦେବଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଅଭିଯୋଗ ପରେ ଏକ ମାମଲା (କେସ ନଂ-୧୭୬/୨୨) ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe