ବିଷ ପିଇ ଜୀବନ ହାରିଲେ ଚାଷୀ: ମାନସିକ ଚାପରେ ଥିଲେ

Advertisment

ମଣ୍ଡିରେ ନାମ ପଞ୍ଜିକୃତ ହୋଇନଥିଲା

ମଣ୍ଡିରେ ନାମ ପଞ୍ଜିକୃତ ହୋଇନଥିଲା

ବିଷ ପିଇ ଜୀବନ ହାରିଲେ ଚାଷୀ: ମାନସିକ ଚାପରେ ଥିଲେ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ବିନେକେଲା ଗାଁର ଚାଷୀ ଚମରୁ ବାଗ ତାଙ୍କ ଚାଷଜମିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡ଼ିବା ପରେ କୃଷି ବିଭାଗର ଏକ ଟିମ୍ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ଅତ୍ୟଧିକ କରଜ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ସୂଚନା ଅନୁସାରେ, ଚଳିତ ବର୍ଷ ଚମରୁ ତାଙ୍କ ଜମିରେ ଧାନ ଚାଷ କରିଥିଲେ। ହେଲେ ମଣ୍ଡିରେ ତାଙ୍କ ନାମ ପଞ୍ଜୀକୃତ ହୋଇନଥିଲା। ଫଳରେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା ଆଶା କ୍ଷୀଣ ହୋଇଥିଲା। ଅନ୍ୟପକ୍ଷରେ ବିଭିନ୍ନ ଫାଇନାନ୍ସ କମ୍ପାନିରୁ ଉଠାଇଥିବା ଋଣ ବି ପରିଶୋଧ କରିପାରୁ ନଥିବାରୁ ମାନସିକ ଚାପରେ ରହିଥିଲେ। ଶନିବାର ସେ ନିଜ ଚାଷଜମିରେ କୀଟନାଶକ ପିଇ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ଉଦ୍ଧାର କରି ତାଙ୍କୁ ଚିକିତ୍ସା ପାଇଁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ମୃତ ଚାଷୀ ଚମରୁଙ୍କ ଦୁଇପୁଅ ମୁମ୍ବାଇକୁ କାମ କରିବାକୁ ଯାଇଥିବା ଜଣାପଡ଼ିଛି। କୃଷି ବିଭାଗ ଟିମ୍‌ ତଦନ୍ତ ରିପୋର୍ଟ ଦେବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଟିଟିଲାଗଡ଼ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଟିଟିଲାଗଡ଼ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କହିଛନ୍ତି, ବଲାଙ୍ଗୀର ଜିଲ୍ଲାରେ ଜଳସେଚନର ସୁବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଅବସ୍ଥା ସାଂଘାତିକ ରହିଛି। ଚାଷୀଙ୍କ ପାଇଁ ଥିବା ସମସ୍ତ ଯୋଜନା ବାଟମାରଣା ହେଉଥିବା ସେ ଅଭିଯୋଗ କରିଛନ୍ତି। ଗରିବ ସେନା ଆବାହକ ବୀରେନ୍ଦ୍ର ବାଗ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe