ଧାନ ପଡ଼ି ରହିଲା, ହୃଦ୍‌ଘାତରେ ଚାଷୀଙ୍କ ଜୀବନ ଗଲା

Advertisment
ଶିକାର ହୋଇଗଲେ ଶିକାରୀ

www.indiatoday.in

ପାଇକମାଳ :  ବରଗଡ଼ ଜିଲ୍ଲା  ପାଇକମାଳ ବ୍ଲକ ମାଣ୍ତୋସିଲ ଗ୍ରାମର ୫୨ବର୍ଷ ବୟସ୍କ ଚାଷୀ ଦିବ୍ୟକୁମାର ସାହୁଙ୍କ ବୁଧବାର ହୃଦଘାତରେ ପରଲୋକ ଘଟିଛି। ଖବର ପ୍ରଚାରିତ ହେବା ପରେ ଶତାଧିକ ଚାଷୀ ମାଣ୍ତୋସିଲ ଧାନ ମଣ୍ତିରେ ଏକଜୁଟ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ସାହୁ ସରକାରଙ୍କ ଠାରୁ ଟୋକନ ପାଇବା ପରେ ଶହେ କ୍ବିଣ୍ଟାଲ ଧାନ ମାଣ୍ତୋସିଲ ମଣ୍ତିରେ ବିକ୍ରି ପାଇଁ ଜମା ଦେଇଥିଲେ । ମଣ୍ତିରେ ପାଖାପାଖି ୬୦ ହଜାର ବସ୍ତା ଧାନ ପଡ଼ି ରହିଛି। ମିଲର୍ସ ମାନେ ଧାନ ଉଠାଉ ନଥିବାରୁ ବାରମ୍ବାର ମଣ୍ତିକୁ ଦୌଡ଼ିଦୌଡ଼ି ସେ ହତାଶ ହୋଇ ଯାଇଥିଲେ । ଶେଷରେ ସେ ଆଖି ବୁଜି ଦେଇଛନ୍ତି। ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି  କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଉପସ୍ଥିତ ରହି ଧାନ ସଂଗ୍ରହ ନୀତିକୁ କଡ଼ା ସମାଲୋଚନା କରିଥିଲେ। ସୂଚନାଯୋଗ୍ୟ, ଉପଖଣ୍ତର ପ୍ରତି ମଣ୍ତିରେ ମାସେ ହେଲା ଲକ୍ଷ ଲକ୍ଷ ବସ୍ତା ଧାନ ପଡ଼ି ରହିଛି। ଧାନ ବିକ୍ରି ହେଉ ନଥିବାରୁ ଚାଷୀ ଧାରଉଧାରରେ ବୁଡ଼ି ରହିଛି। ବରଂ ଚାଷୀଙ୍କ ଠାରୁ କଟ୍‌ନି ଛଟ୍‌ନି ଚାଲିଛି। ମିଲର୍ସଙ୍କ ଉପରେ ଅହେତୁକ ଅନୁକମ୍ପା ନିନ୍ଦନୀୟ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe