Farmer dies under suspicious circumstances: Family files murder complaint Photograph: (sambad.in)
ଭଦ୍ରକ: ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗେଲଟୁଆ ଗ୍ରାମ ପଞ୍ଚାୟତର କୁଆ ବାଗମରା ଗ୍ରାମର ଚାଷୀ ସନ୍ତୋଷ ମଲ୍ଲିକ ୬୨ଙ୍କର ଗୁରୁବାର ସକାଳେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ରାସ୍ତାକଡ଼ ବିଲରେ ପଡିଥିବାର ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ସକାଳ ୫ ଟା ବେଳେ ସନ୍ତୋଷ ଘରୁ ବାହାରକୁ ଆସିଥିଲେ। ତାଙ୍କର ପରେ କ’ଣ ହେଲା ଆଉ କେହି କିଛି ଜାଣି ପାରୁ ନାହାନ୍ତି।
ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସନ୍ତୋଷଙ୍କ ମୃତ୍ୟୁ ସ୍ବାଭାବିକ ଭାବରେ ହୋଇନାହିଁ । ତାଙ୍କୁ କିଏ ହତ୍ୟା କରି ବିଲରେ ପକାଇ ଦେଇଥିବା ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି।
ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏଇ ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ଗ୍ରାମାଞ୍ଚଳ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଉଛି।
Bhadrak
Follow Us