ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

Advertisment
ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ସମ୍ବଲପୁର/ବୁର୍ଲା: ଅନ୍ୟକୁ ଅନ୍ନ ଯୋଗାଉଥିବା ଚାଷୀ ଠକେଇର ଶିକାର ହେବା ପରେ ଆତ୍ମହତ୍ୟା କରିଛନ୍ତି। ସମ୍ବଲପୁର ଶାସନ ଥାନା ଅଞ୍ଚଳର ଶେରଷୁଆଁତଲ୍ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ଚାଷୀ ହେଉଛନ୍ତି ଇଲିସିଟି ଗୋପାଳ କ୍ରିଷ୍ଣା। ସେ ବହିଦାରକଟା ଗ୍ରାମର ଜଣେ ବ୍ୟକ୍ତିଙ୍କର ଚାଷ ଜମିରେ ୫ ବର୍ଷ ହେବ ଭାଗଚାଷୀ ଭାବେ ଚାଷ କରି ଆସୁଥିଲେ।

ଧାନ ବିକ୍ରି କରିବା ପରେ ସବୁ ଟଙ୍କା ଜମି ମାଲିକ ଆକାଉଣ୍ଟକୁ ଯାଉଥିଲା। ସେ କିନ୍ତୁ ଇଲିସିଟି ଗୋପାଳ କ୍ରିଷ୍ଣାଙ୍କୁ କିଛି ଟଙ୍କା ଦେଇ ନଥିବା ତାଙ୍କ ପୁଅ ଅଭିଯୋଗ ଆଣିଛନ୍ତି। ତାଙ୍କ ପୁଅଙ୍କ ଅଭିଯୋଗ ଅନୁଯାୟୀ ଜମି ମାଲିକ ତାଙ୍କ ବାପାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦେବାର ଥିଲା। ବାରମ୍ବାର ମାଗି ନିରାଶ ହୋଇଥିଲେ କ୍ରିଷ୍ଣା। ଆର୍ଥିକ ଅନଟନ ଭିତରେ ପରିବାର ପୋଷଣ ଭାର ଦିନକୁ ଦିନ ବଢ଼ିବାରୁ ସେ ଚାପଗ୍ରସ୍ତ ଥିଲେ। ମଙ୍ଗଳବାର ସକାଳେ ସେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବୁର୍ଲା ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଉପଯୁକ୍ତ ତଦନ୍ତ କରି ନ୍ୟାୟ ଦେବାକୁ ତାଙ୍କ ପୁଅ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe