ପାଇଖାନା ଭିତରେ ଜୀବନ ହାରିଲେ ଚାଷୀ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଖୁରୁସିଆ ଗ୍ରାମର ଜଣେ ଚାଷୀ ଆଜି ତାଙ୍କ ପାଇଖାନା ଭିତରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଚାଷ ପାଇଁ ଆଣିଥିବା ଋଣ ଟଙ୍କା ଶୁଝି ନପାରିବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି। ମୃତ ଚାଷୀ ହେଉଛନ୍ତି ଗାଁର କେଶବ ମଳିକ (୫୫)।

ମୃତ କେଶବଙ୍କ ପୁଅ ସତ୍ୟାନନ୍ଦ ମଳିକଙ୍କ କହିବା ଅନୁଯାୟୀ, ତାଙ୍କ ବାପା ଚାଷ ପାଇଁ ଗ୍ରାମାଞ୍ଚଳର ୩ଟି ଘରୋଇ ଅର୍ଥଲଗାଣ ସଂସ୍ଥାରୁ ଋଣ ଆଣିଥିଲେ। ମାତ୍ର ଚଳିତ ବର୍ଷ ଭଲ ଅମଳ ନହେବାରୁ ରୋଜଗାର କମିଲା। ପରିବାର ଚଳାଇବା ଓ ଋଣ ଟଙ୍କା ଶୁଝିବା ନେଇ ବାପା ସବୁବେଳେ ଚିନ୍ତିତ ଥିଲେ। ବିଭିନ୍ନ ସମୟରେ ଅର୍ଥଲଗାଣ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଘରକୁ ଆସି ଋଣ ଟଙ୍କା ମାଗୁଥିଲେ। ଯାହାକୁ ନେଇ ଗତ କିଛି ମାସ ଧରି ସେ ମାନସିକ ଚାପରେ ରହି ଆସୁଥିଲେ। ଆଜି ଅପରାହ୍‌ଣରେ ସେ ପାଇଖାନା ଭିତରେ ଏକ ରଶିରେ ଝୁଲି ପଡ଼ି ଆତ୍ମହତ୍ୟା କରିଥିଲେ। ଖବର ପାଇ କାମାକ୍ଷାନଗର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ଏ ସଂପର୍କରେ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe