ଯାଜପୁର: ଚାଷୀଙ୍କୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା

ଯାଜପୁର: ଚାଷୀଙ୍କୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁ ନିକଟରୁ ମିଳିଛି ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା। ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମି ନିକଟରେ ଏହି ବିରଳ ସ୍ୱର୍ଣ୍ଣମୁଦ୍ରା ପାଇଛନ୍ତି । ଏହାର ଓଜନ ୭.୫ ଗ୍ରାମ୍‌ ହୋଇଥିବା ବେଳେ ଏଥିରେ ଦୁଇଟି ଗର୍ତ୍ତ ରହିଛି। ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଏକ ମଶାଲ ଧରିଥିବା ଜଣେ ରାଜାଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵରେ କେଣସି ପ୍ରାଣୀ କିମ୍ବା ମାନବ ଥିବା ଦେଖିବାକୁ ମିଳିଛି।

ଉକ୍ତ ମୁଦ୍ରାରେ ମାଣ୍ଡାରିନ ଭାଷାରେ ଲେଖା ଯାଇଥିବା ବେଳେ ଚୀନ ଦେଶର କୌଣସି ରାଜାଙ୍କ ମୂର୍ତ୍ତି ଖୋଦେଇ ହୋଇଥିବା ବଡ଼କାଏମା ସରପଞ୍ଚ ଅକ୍ରୁର ଚରଣ ନାୟକ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜିଲ୍ଲାର ରାଧାନଗର ଗାଁ ନିକଟରୁ ବହୁ ବୌଦ୍ଧ କୀର୍ତ୍ତିରାଜି ସଂପନ୍ନ ସାମଗ୍ରୀ ଉଦ୍ଧାର ହୋଇଥିଲା। ବର୍ତ୍ତମାନ ଏଠାରୁ ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା ଉଦ୍ଧାର ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe