ବୀମା, ମରୁଡ଼ି ସହାୟତା ଦାବିରେ ଚାଷୀ ସମାବେଶ

Advertisment
ବୀମା, ମରୁଡ଼ି ସହାୟତା ଦାବିରେ ଚାଷୀ ସମାବେଶ

ବରଗଡ଼: ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ୍‌ଠା‌େର ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ସଭାପତି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗତ ୨୦୨୧ ଖରିଫ ଋତୁର ଫସଲ ବୀମା କ୍ଷେତ୍ରରେ ବିଭିନ୍ନ ଆଳ କରି ଏଚ୍‌ଡିଏଫ୍‌ସି କମ୍ପାନି ଚାଷୀମାନଙ୍କୁ ଭୁଆଁ ବୁଲାଉଛି। କମ୍ପାନିର ଏଭଳି ନୀତିକୁ ବୈଠକରେ ତୀବ୍ର ବିରୋଧ କରାଯାଇଛି। ଜୁନ ୫ ତାରିଖ ସୁଦ୍ଧା ଯଦି କମ୍ପାନି ସମସ୍ତ ଆବେଦନକୁ ମଂଜୁର କରି ବୀମା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।

୨୦୨୧ ଖରିଫ ଋତୁକୁ  ମରୁଡ଼ି ଘୋଷଣା ଏବଂ ସହାୟତା ରାଶି ପ୍ରଦାନ କରିବାକୁ ଚାଷୀମାନେ ତୀବ୍ର ଦାବି କରିଛନ୍ତି। ଆଜି ପର୍ଯ୍ୟନ୍ତ କ୍ରପ୍‌ କଟିଂ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଆଗାମୀ ଜୁନ ୬ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଗାଇସିଲେଟ ବ୍ଲକ୍‌ର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ମୁଖ୍ୟ ରାସ୍ତାକୁ  ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବୈଠକରେ ସଭାପତି ଅରବିନ୍ଦଚନ୍ଦ୍ର ପଣ୍ଡା, ସରୋଜ ସାହୁ, ଗଜପତି ସାହୁ, ଆନନ୍ଦଚନ୍ଦ୍ର ପଧାନ, ଡୋଳାମଣି ସାହୁ, ପୁରୁଷୋତ୍ତମ ସାହୁ, ବେଣୁଧର ସାବତ, କ୍ଷୀରୋଦ ସାହୁ, ମୋହନ ସିଂ ବରିହା, ଜଗମୋହନ ସେଠ, ସମାରୁ ସାହୁ, ବିରେନ୍ଦ୍ର ସାହୁ, ରଥୀ ସାହୁ, ପ୍ରସନ୍ନ କୁମ୍ଭାର, ପ୍ରଫୁଲ୍ଲ ପଧାନ, ଗୁପ୍ତେଶ୍ବର ସାହୁ ଓ ଅନେକ ଚାଷୀ ଉପସ୍ଥିତ ଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe