ଚାଷୀଙ୍କ ପାଖରେ ୩ଲକ୍ଷ କୁଇଣ୍ଟାଲ ଧାନ , କିଣିବାକୁ ନିର୍ଦ୍ଦେଶ ୮୦ହଜାର

Advertisment

୨୨ ପର୍ଯ୍ୟନ୍ତ ଆସିଛି ଟୋକନ୍, ୧ରୁ ୮ ପର୍ଯ୍ୟନ୍ତ କିଣାଚାଲିଛି

୨୨ ପର୍ଯ୍ୟନ୍ତ ଆସିଛି ଟୋକନ୍, ୧ରୁ ୮ ପର୍ଯ୍ୟନ୍ତ କିଣାଚାଲିଛି

ଚାଷୀଙ୍କ ପାଖରେ ୩ଲକ୍ଷ କୁଇଣ୍ଟାଲ ଧାନ , କିଣିବାକୁ ନିର୍ଦ୍ଦେଶ ୮୦ହଜାର

ଜୟପୁର: ସବୁ ବର୍ଷ ପରି ଏବର୍ଷ ମଧ୍ୟ ଖରିଫ ମଣ୍ଡିର ଶେଷ ଆଡ଼କୁ  ଠିକ ଭାବେ ଟାର୍ଗେଟ ନ ଆସିବା ଫଳରେ ଏବେ ଚାଷୀଙ୍କୁ ଟୋକନ୍ ମିଳିଥିଲେ ହେଁ ଧାନ କେଉଁଠି ବିକ୍ରୀ କରିବେ ସେ  ନେଇ ଚିନ୍ତାରେ ପଡ଼ିଛନ୍ତି। ଲ୍ୟାମ୍ପକୁ ଯେଉଁ ପରିମାଣର ସସ୍ ମିଳୁଛି ସେତିକିରେ ସବୁ ଚାଷୀଙ୍କ ଧାନ କିଣିବା ବି ମୁସ୍କିଲ। ପଂଚାୟତ ନିର୍ବାଚନ ପାଇଁ ଗତ ୧ତାରିଖରୁ ଆଜି ପର୍ଯ୍ୟନ୍ତ ଭଲ ଭାବେ ମଣ୍ଡି ଚାଲିପାରିନି। ଧାନ କିଣା ବି ହୋଇ ପାରିନି। ରାଜ୍ୟ ସରକାର ଜିଲ୍ଲାକୁ ଦେଇଥିବା  ପ୍ରଥମ ଟାର୍ଗେଟ ୨୨ଲକ୍ଷ କୁଇଣ୍ଟାଲ ଧାନ ୩୨ହଜାର ଚାଷୀଙ୍କ ନିକଟରୁ କିଣା ସରିଛି। ଏହା ବାଦେ ଆହୁରି ୨ହଜାର ଚାଷୀଙ୍କର ୩ଲକ୍ଷ କୁଇଣ୍ଟାଲ ଧାନ ରହିଥିବା ଅନୁମାନ କରି ପୁଣି ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଧାନ କିଣିବା ପାଇଁ ଟାର୍ଗେଟ ଦେବାକୁ ଅନୁରୋଧ କରିଥିଲେ। ୮୦ହଜାର କୁଇଣ୍ଟାଲ ଧାନ କିଣିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା।

ପ୍ରକାଶଯୋଗ୍ୟ, ଉମୁରୀ ଲ୍ୟାମ୍ପ ଅଧିନରେ ଥିବା ୪ ମଣ୍ଡିରେ ୫୦ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ରହିଥିବା ବେଳେ ତାଙ୍କୁ ଧାନ କିଣିବାକୁ ସସ୍ ମିଳିଛି ମାତ୍ର ୧୦ହଜାର କୁଇଣ୍ଟାଲ । ଫଳରେ ଘିଉରୀ, ପାମ୍ପୁଣୀ, ଡଙ୍ଗରଚିଂଛି, ଆରଏମସି ଓ ପଲକାଫୁଟ ମଣ୍ଡିରେ ୨ହଜାର କୁଇଣ୍ଟାଲ ଲେଖାଏଁ କିଣିବାର ଯୋଜନା କରିଛନ୍ତି ଶାଖା ପରିଚାଳକ। ତେବେ ବଳକା ଚାଷୀଙ୍କ ଧାନ କିଭଳି କିଣାଯିବ ବୋଲି ଶାଖା ପରିଚାଳକ ଚିନ୍ତାରେ ପଡ଼ିଛନ୍ତି। ଆଜି ଆମ ପ୍ରତିନିଧି ଫଲକାପୁଟ ମଣ୍ଡିରେ ଯାଇ ଦେଖିବା ବେଳେ ଚାଷୀମାନେ ଧାନ ବିକ୍ରୀ କରିବା ପାଇଁ ଟଣାଓଟରା, ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଥିଲା। ଗତ ୧ତାରିଖରୁ ୨୨ତାରିଖ ମଧ୍ୟରେ ୮ଟି ମଣ୍ଡି ହେବା ସ୍ଥାନରେ ହୋଇଛି ୨ଟି। ସସ୍ ମିଳିନଥିବାରୁ ମଣ୍ଡି ହୋଇ ପାରିନଥିବା ଉମୁରୀ ଲ୍ୟାମ୍ପ ପରିଚାଳକ କହିଛନ୍ତି।

ପଲକାପୁଟ ମଣ୍ଡିରେ ୧ରୁ ୮ତାରିଖ ପର୍ଯ୍ୟନ୍ତ ଆସିଥିବା ୧୮୧ଚାଷୀଙ୍କ ଟୋକନର ୯୩୯୯କୁଇଣ୍ଟାଲ ମଧ୍ୟରୁ ମିଳିଥିବା ସସ୍ ଅନୁଯାୟୀ ମାତ୍ର ୩୦ ଚାଷୀଙ୍କ ଠାରୁ ୧୭୦୦କୁଇଣ୍ଟାଲ ଧାନ କିଣାଯାଇଛି। ଏହି ମଣ୍ଡି ପାଇଁ ମାତ୍ର ୩୦୦କୁଇଣ୍ଟାଲ ଧାନ କିଣିବା ପାଇଁ ସସ୍ ବଳକା ରହିଥିବା ବେଳେ ବିକ୍ରି ପାଇଁ ୯୩୬୯ ଚାଷୀ ରହିଛନ୍ତି। ଏହା ବାଦେ ପୁଣି ୮ରୁ ୨୨ତାରିଖ ପର୍ଯ୍ୟନ୍ତ ଟୋକନ୍ ଚାଷୀଙ୍କ ନିକଟକୁ ଆସିଛି। ଏହା କେତେ ସଂଖ୍ୟକ ଆସିଛି ତାହା ଚାଷୀ ମଣ୍ଡିକୁ ଆସିବା ପରେ ହିଁ ସ୍ପଷ୍ଟ ହେବ। ଏପଟେ ସ୍ ନଥିବା ବେଳେ ସେପଟେ ଚାଷୀଙ୍କ ନିକଟରେ ଟୋକନ୍ ରହିଥିବାରୁ ଧାନ କିଭଳି କିଣାଯିବ  ସେ ଚିନ୍ତାରେ ପଡ଼ିଛନ୍ତି ବୋଲି କହିଛନ୍ତି ଉମୁରୀ ଲ୍ୟାମ୍ପ ପରିଚାଳକ। ଅନ୍ୟ ପକ୍ଷରେ ଚାଷୀମାନେ ଧାନ ଆଉ ମଣ୍ଡିକୁ ନ ଆଣି ଗୋଟିଏ ମିଲ୍‌ରୁ ଅନ୍ୟ ମିଲ୍‌କୁ ଗାଡ଼ିରେ ବୁଲାଇ ବୁଲାଇ ଶାଗ ମାଛ ଦରରେ ବିକ୍ରି କରିବା ଆରମ୍ଭ କରି ସାରିଛନ୍ତି ବୋଲି କହିଛନ୍ତି ଚାଷୀ ପ୍ରତିନିଧି କାହ୍ନୁ ସାମନ୍ତରାୟ, ରଶ୍ମି ରଥ। ଜିଲ୍ଲାର ଅନ୍ୟାନ୍ୟ  ମଣ୍ଡିର ଅବସ୍ଥା ବି ଏଭଳି ବୋଲି ଏମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe