ଯୋଗାଣ ବିଭାଗ ଭୁଲ ପାଇଁ ଦଣ୍ଡ ପାଉଛି ଚାଷୀ! ଧାନ ବିକ୍ରି ପ୍ରାପ୍ୟକୁ ନେଇ ଚାଷୀଙ୍କ ଆମରଣ ଅନଶନ

Advertisment
ଯୋଗାଣ ବିଭାଗ ଭୁଲ ପାଇଁ ଦଣ୍ଡ ପାଉଛି ଚାଷୀ! ଧାନ ବିକ୍ରି ପ୍ରାପ୍ୟକୁ ନେଇ ଚାଷୀଙ୍କ ଆମରଣ ଅନଶନ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଯୁବ ଚାଷୀ ଅଜିତ ପଣ୍ଡା ଧାନ ବିକ୍ରି କରିବାର ୬୦ ଦିନ ବିତିଗଲାଣି। କିନ୍ତୁ ତାଙ୍କ ଜମା ଖାତାରେ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି ଟଙ୍କା ପଡ଼ିନାହିଁ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ଜିଲ୍ଲା ସିଏସ୍‌ଓ କାର୍ଯ୍ୟାଳୟରେ ଗୁହାରି ପରେ ବି କୌଣସି ସୁଫଳ ମିଳିନାହିଁ। ତେଣୁ ଶ୍ରୀ ପଣ୍ଡା ସୋମବାର ଦିନ ୧୦ଟାରୁ ବିନିକା ଆରଏମ୍‌ସି ଗୋଦମା ପରିସରରେ ଥିବା ବିନିକା ପେକ୍ସ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି। ଟଙ୍କା ନମିଳିବା ଅନଶନ ଜାରି ରହିବ ବୋଲି କହିଛନ୍ତି।

ଶ୍ରୀ ପଣ୍ଡା ଚାଷୀ କୋଡ୍‌-ଏଫ ୨୦୯୦୭୦୦୦୦୧୫୪ ନମ୍ବରରେ ବିନିକା ପେକ୍ସରେ ଗତ ନଭେମ୍ବର ୨୭ ଓ ୨୮ ତାରିଖରେ ୨୦୧.୬୦ କ୍ବିଣ୍ଟାଲ ଧାନ ବିକ୍ରି କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ୨୦୧୯ରେ ବିନିକା ପେକ୍ସରେ ଧାନ ବିକ୍ରି କରିବା ପରେ ତାଙ୍କ ଜମା ଖାତାରେ ଯୋଗାଣ ବିଭାଗ ଭୁଲରେ ୨ଥର ଧାନ ବିକ୍ରି ଟଙ୍କା ପକାଇଥିଲା। ସେହି ଟଙ୍କାକୁ ୨୩ ଡିସେମ୍ବର ୨୦୧୯ ଓ ୮ଜାନୁଆରି ୨୦୨୦ ରେ ବିଭାଗ ଫେରସ୍ତ କରି ନେଇଯାଇଥିଲା। ଅନଶନରେ ବସିଥିବା ଖବର ସୋନପୁର ଉପ ଜିଲ୍ଲାପାଳ ପାଇଥିଲେ। ତାଙ୍କ ନିର୍ଦେଶରେ ବିନିକା ଯୋଗାଣ ନିରୀକ୍ଷକ ରାଜକିଶୋର ସ୍ବାଇଁ ଓ ସନ୍ଧ୍ୟାରେ ବିନିକା ବିଡିଓ ବ୍ୟାସଦେବ ବେହେରା ଓ ସୋନପୁର ଏସିଏସ୍‌ଓ ତ୍ରିନାଥ ଭୋଇ ଅନଶନ ସ୍ଥଳକୁ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ୩ଦିନ ମଧ୍ୟରେ ପ୍ରାପ୍ୟ ମିଳିବ ବୋଲି କହିବା ପରେବି କୌଣସି ସୁଫଳ ମିଳିନଥିଲା। ଅନ୍ୟପଟେ ଆକାଉଣ୍ଟ୍‌ରେ ଟଙ୍କା ନପଡ଼ିବା ପର୍ଯ୍ୟନ୍ତ ଅନଶନ ଜାରି ରଖିବି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe