କ୍ଷେତରେ କାମ କରୁଥିଲେ ଚାଷୀ, ବଜ୍ରାଘାତରେ ଟଳି ପଡ଼ିଲେ

ବଜ୍ରପାତରେ ବୃଦ୍ଧା ମୃତ

The Statesman

ବିଡିପୁର/ବେଲଗୁଣ୍ଠା: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନ ଖମାରପଲ୍ଲୀ ପଞ୍ଚାୟତ ନିମପଦର ଗ୍ରାମର ଚାଷୀ ନରହରି ସାହୁ(୫୫) ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ସେ ଆଜି ଅପରାହ୍‌ଣରେ କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ଭଞ୍ଜନର ମେଡିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ସାଇରାମ ଆରୁଖ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସହାୟତା କରିବା ସହ ସମବେଦନା ଜ୍ଞାପନ କରିଛନ୍ତି। ସେ ଜଣେ ଗରିବ ଚାଷୀ ହୋଇଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି। ମୃତ ନରହରିଙ୍କ ଗୋଟିଏ ଝିଅ ଏବଂ ଦୁଇଟି ପୁଅ ରହିଛନ୍ତି। ଝିଅଟି ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସାନ ପୁଅ ନବମ ଏବଂ ବଡ଼ପୁଅ ଯୁକ୍ତ ଦୁଇରେ ପଢ଼ୁଛନ୍ତି। ବୁଗୁଡ଼ା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe