ମାଟି ଅତଡ଼ା ଧସି ଚାଷୀ ମୃତ

Advertisment

ଅସହାୟ ହୋଇଗଲେ ୬ ଛୁଆ

ଅସହାୟ ହୋଇଗଲେ ୬ ଛୁଆ

ମାଟି ଅତଡ଼ା ଧସି ଚାଷୀ ମୃତ

ରିଆମାଳ : ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗାଁରେ ଶୁକ୍ରବାର ମାଟି ଅତଡ଼ା ଧସି ଚାଷୀ ଖାଦିଆନ ଟପ୍ନୋଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁସାରେ ଖାଦିଆନ ଅତି ଗରିବ ହୋଇଥିବା ବେଳେ ଚାଷବାସ କରି ପରିବାର ଗୁଜରାଣ ମେଣ୍ଟାଉଥିଲେ। ତେବେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟା ବେଳେ ସେ ମାଟି ହାଣୁଥିବା ବେଳେ ହଠାତ୍‌ ଅତଡ଼ା ତାଙ୍କ ଉପରେ ଧସି ପଡ଼ିଥିଲା। ଫଳରେ ତା’ ତଳେ ଚାପି ହୋଇ ଖାଦିଆନଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରକାଶଥାଉ କି ଖାଦିଆନଙ୍କ ୩ ପୁଅ ଓ ୩ ଝିଅ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ। ପୁଣି ତାଙ୍କ ପତ୍ନୀ ପ୍ରାୟ ୪ ବର୍ଷ ହେବ କେଉଁଆଡ଼ ଚାଲି ଯାଇଛନ୍ତି। ଫଳରେ ଖାଦିଆନଙ୍କ ମୃତ୍ୟୁ ପରେ ତାଙ୍କ ୬ ପୁଅ ଝିଅ ସଂପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଶିଶୁମାନଙ୍କ ଥଇଥାନ ଓ ଖାଦ୍ୟ ପେୟ ସହ ପାଠ ପଢ଼ା ବ୍ୟବସ୍ଥା କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe