ଚାଷୀଙ୍କୁ କଚାଡ଼ି ମାରିଲା ହାତୀ, ବିଷ ପିଇଲେ ପତ୍ନୀ

Advertisment

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବାଂଶପାଳ ବ୍ଲକ୍‌ର ଗୋବିନ୍ଦପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ସେହି ଗ୍ରାମର ଦେବାଦୀ ବାରିକ (୫୮)। ଗତକାଲି ରାତିରେ ୭ଟି ହାତୀ ଗାଁ ଧାନକ୍ଷେତରେ ପଶିଥିଲେ।

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବାଂଶପାଳ ବ୍ଲକ୍‌ର ଗୋବିନ୍ଦପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ସେହି ଗ୍ରାମର ଦେବାଦୀ ବାରିକ (୫୮)। ଗତକାଲି ରାତିରେ ୭ଟି ହାତୀ ଗାଁ ଧାନକ୍ଷେତରେ ପଶିଥିଲେ।

Dead

ଜଗମୋହନପୁର: କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବାଂଶପାଳ ବ୍ଲକ୍‌ର ଗୋବିନ୍ଦପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ସେହି ଗ୍ରାମର ଦେବାଦୀ ବାରିକ (୫୮)। ଗତକାଲି ରାତିରେ ୭ଟି ହାତୀ ଗାଁ ଧାନକ୍ଷେତରେ ପଶିଥିଲେ। ୬ଟି ହାତୀ ଗୋଟିଏ ଜାଗାରେ ଥିବାବେଳେ ଅନ୍ୟ ଏକ ହାତୀ ଅଲଗା ବୁଲୁଥିଲା। ଏହି ସମୟରେ ଗୋଟିକିଆ ହାତୀଟି ଦେବାଦୀଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ଅନ୍ୟ ଚାଷୀମାନେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ। ପରେ ଗାଁ ଲୋକେ ଦେବାଦୀଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଆଜି ଭୋର ସମୟରେ ତାଙ୍କ ସ୍ତ୍ରୀ ରୁକ୍ମଣୀ ବାରିକ (୫୫) ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। 

ଗ୍ରାମର ପଠାଣୀ ଧୀବରଙ୍କ ଅଭିଯୋଗ ଯେ ବାଂଶପାଳ ବନ ବିଭାଗ କର୍ମଚାରୀଙ୍କୁ ଫୋନ୍ କଲେ ସେମାନେ ଫୋନ୍‌ ଧରନ୍ତି ନାହିଁ। ହାତୀ ଘଉଡ଼ାଇବା ପାଇଁ ଟର୍ଚ୍ଚ ମଧ୍ୟ ମିଳୁନାହିଁ। ତେଲକୋଇ ବନ କର୍ମଚାରୀଙ୍କୁ ଜଣାଇଲେ ସେମାନେ ଆସି ରାସ୍ତା ଉପରେ ପଇଁତରା ମାରି ପଳାଇ ଯାଆନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଓ ଜଣକୁ ସରକାରୀ ଚାକିରି ଦେବାକୁ ଖଗେଶ୍ୱର ବାରିକ ଦାବି କରିଛନ୍ତି। ଭୂୟାଁ ଜୁଆଙ୍ଗ ପିଢ଼ ବନାଞ୍ଚଳ ଅଧିକାରୀ ନୟନ ସାହୁ କହିଛନ୍ତି, ମୃତକଙ୍କ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ଦୁଇ ତିନି ଦିନ ମଧ୍ୟରେ ୧ଲକ୍ଷ ଟଙ୍କା ସହାୟତା ଏବଂ ଆବଶ୍ୟକ କାଗଜପତ୍ର କାମ ପରେ ବାକି ୯ ଲକ୍ଷ ଟଙ୍କା ଅନୁକମ୍ପାରାଶି ଦିଆଯିବ। 
କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଏହାକୁ ମିଶାଇ ଗତ ମାସକ ଭିତରେ ହାତୀ ଆକ୍ରମଣରେ ୪ ଜଣଙ୍କର ଜୀବନ ଗଲାଣି। ଜୁଲାଇ ୪ ତାରିଖ ରାତିରେ ତେଲକୋଇ ବ୍ଲକ୍‌ ଦେଉଳଡିହା ପଞ୍ଚାୟତ ଉଦୟଗିରି ଗ୍ରାମର ଆକାଶ ମହାନ୍ତ (୧୯) ଓ ଜୁଲାଇ ୨୯ ରାତିରେ ତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ସେକ୍ସନ୍‌ ଗଳଦା ଗ୍ରାମର ବୃଦ୍ଧା ବନିତା ମାଝି (୬୫)ଙ୍କୁ ହାତୀ କଚାଡ଼ି ମାରିଥିଲା। ଜୁଲାଇ ୧୨ ତାରିଖ ଭୋର ସମୟରେ ପାଟଣା ବନାଞ୍ଚଳ ପିଛୁଳାବେଡ଼ା ଗ୍ରାମରେ ଏକ ଦନ୍ତାହାତୀ ଆକ୍ରମଣରେ ସୁଆଁପୁର ଗ୍ରାମର ବିରଞ୍ଚି ଜେନା (୪୦)ଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe