ହାତୀ, ବାର୍‌ହାଙ୍କ ଉପଦ୍ରବରେ ଚାଷୀ ନୟାନ୍ତ

Advertisment

ଦଶପଲ୍ଲା ବନାଞ୍ଚଳ ଓ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଏବେ ଜଙ୍ଗଲଜନ୍ତୁଙ୍କ ଉତ୍ପାତ ପାଇଁ ଚାଷୀ ନୟାନ୍ତ ହୋଇ ପଡ଼ିଲେଣି। ଧାନତଳି ପକାଇବା ଦିନଠାରୁ ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଏବେ ଧାନ ଥୋଡ଼ ଧରିବା ସାଙ୍ଗକୁ ବିଭିନ୍ନ ସ୍ଥାନରେ ପାଚୁଥିବା ବେଳେ...

ଦଶପଲ୍ଲା ବନାଞ୍ଚଳ ଓ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଏବେ ଜଙ୍ଗଲଜନ୍ତୁଙ୍କ ଉତ୍ପାତ ପାଇଁ ଚାଷୀ ନୟାନ୍ତ ହୋଇ ପଡ଼ିଲେଣି। ଧାନତଳି ପକାଇବା ଦିନଠାରୁ ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଏବେ ଧାନ ଥୋଡ଼ ଧରିବା ସାଙ୍ଗକୁ ବିଭିନ୍ନ ସ୍ଥାନରେ ପାଚୁଥିବା ବେଳେ...

dgdadadaggda

ଦଶପଲ୍ଲା: ଦଶପଲ୍ଲା ବନାଞ୍ଚଳ ଓ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଏବେ ଜଙ୍ଗଲଜନ୍ତୁଙ୍କ ଉତ୍ପାତ ପାଇଁ ଚାଷୀ ନୟାନ୍ତ ହୋଇ ପଡ଼ିଲେଣି। ଧାନତଳି ପକାଇବା ଦିନଠାରୁ ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଏବେ ଧାନ ଥୋଡ଼ ଧରିବା ସାଙ୍ଗକୁ ବିଭିନ୍ନ ସ୍ଥାନରେ ପାଚୁଥିବା ବେଳେ ବାର୍‌ହାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଫଳରେ ମୁଣ୍ତଝାଳ ତୁଣ୍ତରେ ମାରି ଚାଷୀ ବୁଣିଥିବା ଧାନକୁ କିଭଳି ଅମଳ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏପଟେ ବନ କର୍ମଚାରୀମାନେ ଏଦିଗରେ ଗୁରୁତ୍ବ ଦେଉନଥିବା ହେତୁ ଚାଷୀଙ୍କ ପାଇଁ ଚିନ୍ତା ବଢ଼ିଥିବା ଅଭିଯୋଗ ହେଉଛି। 

ଅନ୍ୟପାର୍ଶ୍ବରେ ଏହାର ଫାଇଦା ଶିକାରୀମାନେ ଉଠାଉଛନ୍ତି। ଦଶପଲ୍ଲା ବନାଞ୍ଚଳର ସାକେଣି ସେକ୍ସନର ଲେମ୍ବୁଗୋଛା, କନ୍ଧ ନୂଆସାହି, ବାଟେଣି, ଦୁଗୁଡ଼ି, ମଶାବାଡ଼ି, ପୁରୁଣା ପୋଇବାଡ଼ି, କୁସୁମ ଗାଡ଼ିଆ, କଣ୍ଟେଇଶୁଣି, ଖଳିସାହି, ସଦର ସେକ୍ସନର ପୁରୁଣା ଦଶପଲ୍ଲା, ବରସାହି, କୁସୁମକଣ ସମେତ ପୋଖରୀଗୋଛା, ଚଡ଼େୟାପଲ୍ଲୀ, ଟାକରା ଏବଂ ବାଣିଗୋଛା ସେକ୍ସନର ବିଭିନ୍ନ ଗ୍ରାମରେ ବାର୍‌ହା ଉପଦ୍ରବ ବୃଦ୍ଧି ପାଇଚାଲିଛି। ସେହିଭଳି ଗଣିଆ ବନାଞ୍ଚଳର ମଧ୍ୟଖଣ୍ତ ସେକ୍ସନ ସମେତ ବନ୍ୟପ୍ରାଣୀ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବାର୍‌ହା ଉପଦ୍ରବ ଯେତିକି ବୃଦ୍ଧି ପାଉଛି ତାହାଠାରୁ ଅଧିକ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। 

ବନ କର୍ମଚାରୀଙ୍କ ନିଷ୍କ୍ରିୟ
ଫାଇଦା ଉଠାଉଛନ୍ତି ଶିକାରୀ

ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ, ହାତୀ ପାଇଁ ଯାହାବି ଧାନ ଫସଲ ନଷ୍ଟ ହୋଇଛି ଏବେ ବାର୍‌ହା ପାଇଁ ଥୋଡ଼ ଧରୁଥିବା ଧାନ ଫସଲ ମଧ୍ୟ ଉଜୁଡ଼ି ଯାଉଛି। ସଞ୍ଜ ନଇଁବା ମାତ୍ରକେ ବାର୍‌ହା ସବୁ ଧାନଜମିରେ ପଶି ଦଳିଚକଟି ନଷ୍ଟ କରି ପକାଉଛନ୍ତି। ଯେଉଁଥିପାଇଁ କିଏ ଜମିରେ ମଞ୍ଚା ବାନ୍ଧି ବସିଲାଣି ତ ପୁଣି କିଏ ରାତିରେ ଡେରା ପକାଉଛି। ଏଭଳି ସ୍ଥିତିରେ ଶିକାରୀମାନେ ଏହାର ବେଶ୍ ଫାଇଦା ଉଠାଇ ଚାଲିଛନ୍ତି। କେଉଁଠି ବିଦ୍ୟୁତ୍ ତାରରେ ହୁକ୍‌ ପକାଇ ତାର ବିଛାଇ ଶିକାର କରୁଛନ୍ତି ତ ପୁଣି କେଉଁଠି ବନ୍ଧୁକ ଯୋଗେ ଶିକାର କରୁଛନ୍ତି। ଏଭଳି ହୁକ୍‌ ପକାଯିବା ଦ୍ବାରା ଆଦିବାସୀ ବହୁଳ ଗ୍ରାମଗୁଡ଼ିକରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତକାଟ୍ ହେଉଛି। ଖୋଲମଖୋଲା ଭାବେ ଗାଁ ଗହଳିଠାରୁ ଆରମ୍ଭ କରି ସହର ବଜାରରେ ବାର୍‌ହା ମାଂସ ବିକ୍ରୟ ହେଉଥିଲେ ମଧ୍ୟ ବନ ବିଭାଗ ଏହାର ଟେର୍ ନ ପାଇବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। 

ବଡ଼କଥା ହେଉଛି, ସଞ୍ଜ ହେଲେ ବିଭିନ୍ନ ସେକ୍ସନ ଓ ବିଟ୍ ହାଉସ ଖାଁଖାଁ ପାଲଟୁଥିବା ବେଳେ ଶିକାରୀମାନେ ଏହାର ଫାଇଦା ଉଠାଉଛନ୍ତି। ଦଶପଲ୍ଲା ବନାଞ୍ଚଳରେ କିଛି ବନ କର୍ମଚାରୀଙ୍କ ଔଦ୍ଧତ୍ୟ ଚରମସୀମାରେ ପହଞ୍ଚିଛି। କିଏ ମଦ୍ୟପାନ କରି ଜୁଲମ ଚଳାଇଛି ତ ପୁଣି କିଏ କାର୍ଯ୍ୟାଳୟ ଛାଡ଼ି ସହରରେ ଆସ୍ଥାନ ଜମାଉଛି। ଦୈନିକ ପାଟ୍ରୋଲିଂ କରାଯାଉଥିବା ନେଇ ବନବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଯେଉଁ ସ୍ଥାନରୁ ଫ୍ୟୁଜ କଟୁଛି ସଙ୍ଗେସଙ୍ଗେ ବନବିଭାଗ ସହ ମିଶି ଏହାର ତଦନ୍ତ କରାଯାଉଥିବା ବିଦ୍ୟୁତ୍ ସେକ୍ସନ ଏସ୍‌ଡିଓ ତନ୍ମୟ କୁମାର ପୃଷ୍ଟି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe