ଫସଲହାନି ସହି ନପାରି ଜୀବନ ହାରିଲେ ବଲାଙ୍ଗୀରର ଚାଷୀ

Advertisment
ଫସଲହାନି ସହି ନପାରି ଜୀବନ ହାରିଲେ ବଲାଙ୍ଗୀରର ଚାଷୀ

odishabytes.com

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅଧିନସ୍ଥ ବୁବେଲ ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଏହି ଗ୍ରାମର ଜଣେ ଚାଷୀ ରମେଶ ଭୋଇ (୫୦) ମଙ୍ଗଳବାର ରାତିରେ ସ୍ଥାନୀୟ ଭୀମ ଭୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଚାଷୀ ରମେଶ ପୁଇଁନ୍ତଳା ବ୍ଲକ ଅଧିନସ୍ଥ ବୁବେଲ ଗ୍ରାମରେ ଚାଷବାସ କରି ପରିବାର ପୋଷଣ କରନ୍ତି। ଗାଁରେ ତାଙ୍କର ପ୍ରାୟ ୧୦ ଏକର ଜମି ରହିଛି। ସେ ଭିତରୁ ୮ ଏକର ଚାଷ ଉପେଯାଗୀ ଓ ୨ ଏକର ପଡିଆ ପଡିଛି। ଏବର୍ଷ ଭଲ ଅମଳ ଆଶା ନେଇ ରମେଶ ଅନେକ ଧାର କରିଥିଲେ। ତାଛଡା ସାର ବିହନ ତଥା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବ୍ୟାଙ୍କ ଋଣ ମଧ୍ୟ କରିଥିଲେ। କଠିଣ ପରିଶ୍ରମ ପରେ ତାଙ୍କର ଅମଳ ମଧ୍ୟ ଭଲ ହୋଇଥିଲା। ତିନୋଟି ଯାକ କ୍ଷେତରେ ଭଲ ଫସଲ ହୋଇଥିଲା। ରମେଶ ମଧ୍ୟ ଭଲ ଅମଳ ହେବା ନେଇ ବେଶ ଆଶାବାଦୀ ଥିଲେ। କିନ୍ତୁ ଭାଗ୍ୟକୁ ତାଙ୍କ ଚାଷ ଜମିରେ ଚକଡ଼ା ପୋକ ମାଡିଗଲେ।

publive-image

ଏନେଇ ରମେଶ ପୂର୍ବରୁ ଥରେ ସହରକୁ ଆସି କୀଟାନାଶକ କିଣି ଜମିରେ ଦେଇଥିଲେ। କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ମଙ୍ଗଳବାର ଦିନ ପୁଣି ଥରେ ଜମିରେ କୀଟନାଶକ ଦେବା ସମୟରେ ରମେଶ ଅଚେତ ହୋଇ ଜମିରେ ପଡି ରହିଥିଲେ। ଭାଇ ଅଶୋକ ତାଙ୍କୁ ଦେଖି ଘରକୁ ନେଇ ବିଶ୍ରାମ ପାଇଁ କହିଥିଲେ। କିନ୍ତୁ କିଛି ସମୟ ପରେ ରମେଶଙ୍କ ପାଟିରୁ ଫେଣ ବାହାରିବାରୁ ରମେଶ କୀଟନାଶକ ପିଇ ଦେଇଥିବା ଅନୁମାନ କରି ପରିବାର ବର୍ଗ ରମେଶଙ୍କୁ ସ୍ଥାନୀୟ ଭୀମ ଭୋଇ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସା ଆରମ୍ଭ ହେବା କିଛି ସମୟ ପରେ ରମେଶଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଋଣ ଭାର ସମସ୍ୟାରେ ଚିନ୍ତିତ ରମେଶ କଷ୍ଟଅର୍ଜିତ ଚାଷ ଉପରେ ଚକଡା ଲାଗିବାକୁ ବରଦାସ୍ତ କରି ନପାରି ଚକଡା ପାଇଁ ସିଞ୍ଜନ କରୁଥିବା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି।

ରମେଶଙ୍କ ଅନ୍ତେ ତାଙ୍କର ସ୍ତ୍ରୀ କ୍ଷିରୋଦ୍ରୀ, ୧୪ ବର୍ଷୀୟ ପୁଅ ଚନ୍ଦନ ଓ ୧୨ ବର୍ଷୀୟ ଝିଅ ଗୁଡଲିଙ୍କ ଅବସ୍ଥା ଅତି ଦୟନୀୟ ହୋଇ ପଡିଛି । ରମେଶଙ୍କ ପରିବାରକୁ ଉଚିତ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି। ବୁବେଲ ଆଖପାଖ ଖରଜୁରା, ବେଲବାହାଲି, ରାଘବପାଲି ଆଦି ଗ୍ରାମରେ ମଧ୍ୟ ଚକଡା ରୋଗ ବ୍ୟାପି ଥିବା ବେଳେ କୃଷୀ ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଚାଷୀମୃତ୍ୟୁ ଖବର ପାଇବା ପରେ ପୁଇଁନ୍ତଳା ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ ଗାଁକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe