ରବି ଫସଲ ପାଇଁ ଚାଷୀ ପଞ୍ଜୀକରଣ ମାର୍ଚ୍ଚ ୧ରୁ

Advertisment
ଚାଷୀଙ୍କ ଆୟ ଦୁଇଗୁଣ ହେଲା କି? ଆଜି ଉପସ୍ଥାପନ ହେବ ବଜେଟ୍, ପ୍ରଶ୍ନ କଲେଣି ବିଶେଷଜ୍ଞ

barta24 logo

ଭୁବନେଶ୍ବର : ରବି ଋତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହେବ। ଏହା ଏପ୍ରିଲ୍‌ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ବଳକା ଧାନକୁ ଏମ୍‌ଏସ୍‌ପି ଦରରେ ସରକାରଙ୍କୁ ବିକିବା ପାଇଁ ଚାହୁଁଥିବା ଚାଷୀ ନିକଟସ୍ଥ ସୋସାଇଟିରେ ନିଜ ନାମ ପଞ୍ଜୀକୃତ କରାଇବା ବାଧ୍ୟତାମୂଳକ।

ଏହି ଚିଠିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଯେଉଁ ଚାଷୀମାନେ ଖରିଫ ପାଇଁ ପଞ୍ଜୀକୃତ ହୋଇଥିଲେ ସେମାନେ ରବି ଋତୁ ପାଇଁ କେବଳ ନିଜର ପଞ୍ଜୀକରଣକୁ ନବୀକରଣ କରିବେ। ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ, ନୂଆ ପଞ୍ଜୀକରଣ ଫର୍ମ ଡାଉନ୍‌ଲୋଡ୍‌ କରାଯିବା ସହ ଚା‌ଷୀଙ୍କୁ ବଣ୍ଟାଯିବ। ମାର୍ଚ୍ଚ ୧ ରୁ ଏପ୍ରିଲ୍‌ ୭ ତାରିଖ ଭିତରେ ଚାଷୀଙ୍କୁ ପଞ୍ଜୀକରଣ କିମ୍ବା ନବୀକରଣ ଫର୍ମ ସହ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବାକୁ ପଡ଼ିବ। ସବୁ ଫର୍ମକୁ ଏପ୍ରିଲ୍‌ ୧୦ ତାରିଖ ସୁଦ୍ଧା ଡିଜିଟାଇଜେସନ୍‌ କରିବା ପାଇଁ ଜିଲ୍ଲା ସ୍ତରରେ ପଦକ୍ଷେପ ନିଆଯିବ। ନୂଆ ଜମି ସମ୍ପର୍କରେ ଫର୍ମ ପୂରଣ ହୋଇଥିଲେ, ରାଜସ୍ବ ବିଭାଗର ଅଧିକାରୀଙ୍କ ଦ୍ବାରା ତାହା ଯାଞ୍ଚ୍ କରାଯିବ। ରାଜସ୍ବ ରେକର୍ଡରେ ଯେଉଁ ଜମି ଜଳସେଚିତ ନୁହେଁ ବୋଲି ଦର୍ଶାଯାଇଥିବ, କିନ୍ତୁ ବୋର୍‌ୱେଲ୍‌/ଏଲ୍‌ଆଇ ପଏଣ୍ଟ୍‌ ଦ୍ବାରା ଜଳସେଚିତ ବୋଲି ଚାଷୀ ଦାବି କରିଥିବେ, ସେହି କ୍ଷେତ୍ରରେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ କିମ୍ବା ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ବାରା ଯାଞ୍ଚ୍‌ କରାଯାଇ ଚୂଡ଼ାନ୍ତ କରାଯିବ। ମାର୍ଚ୍ଚ ୧୦ ରୁ ଏପ୍ରିଲ୍‌ ୨୦ ତାରିଖ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀମାନେ ଜମି ଓ ବ୍ୟାଙ୍କ ଆକାଉଣ୍ଟ୍‌ ଯାଞ୍ଚ୍ ରିପୋର୍ଟ ବାହାର କରିବେ। ଏପ୍ରିଲ୍‌ ୨୨ ତାରିଖ ସୁଦ୍ଧା ଜମି ଓ ଆକାଉଣ୍ଟ୍‌ ଯାଞ୍ଚ୍‌ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବ। ସୂଚନାଯୋଗ୍ୟ ଯେ ରାଜ୍ୟ ଯୋଗାଣ ନିଗମ ରାଜ୍ୟ ସରକାରଙ୍କ ଏକମାତ୍ର ସଂସ୍ଥା ଭାବେ ଏମ୍‌ଏସ୍‌ପି ଦରରେ ଧାନ ସଂଗ୍ରହ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe