ଚାଷୀ ପଞ୍ଜୀକରଣ ତାଲିମ ଶିବିର

Advertisment
ଚାଷୀ ପଞ୍ଜୀକରଣ ତାଲିମ ଶିବିର

ସୋନପୁର: ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସୋନପୁର ବ୍ଲକ୍‌ କଳାପଥର ଉପବଜାର ପ୍ରାଙ୍ଗଣରେ ରବି ଋତୁ ୨୦୨୧-୨୧ ପାଇଁ ଚାଷୀ ପଞ୍ଜୀକରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଉଦିତ ବାବୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଏସିଏସ୍‌ଓ ତ୍ରିନାଥ ଭୋଇ, ଏସିଏସ୍‌ଓ ଲଳିତମେହାନ ପଟ୍ଟନାୟକ, ସୋନପୁର ଏଆର୍‌ସିଏସ୍‌ ଲଳିତ ମାଝି, ସିଇଓ ଅକ୍ଷୟ ମେହେର, ମିସନ ଶକ୍ତି ଜିଲ୍ଲା ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକ, ଆସିଷ୍ଟାଣ୍ଟ ପ୍ରୋଗ୍ରାମର ରାମଶଙ୍କର ଦାଶ ପ୍ରମୁଖ ଯୋଗ ଦେଇ ଚାଷୀ ପଞ୍ଜୀକରଣ କିପରି ସୁରୁଖରୁରେ ହେବ ସେ ନେଇ ତାଲିମ ପ୍ରଦାନ କରିଥିଲେ। ଏଥିରେ କଳାପଥର ପ୍ୟାକ୍ସ ସମ୍ପାଦକ ନିତ୍ୟାନନ୍ଦ କର ସହଯୋଗ କରିଥିବ‌ା ବେଳେ ବିଭିନ୍ନ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe