ଯାଜପୁରରେ ଚାଷୀ ଆତ୍ମହତ୍ୟା

Advertisment
ଯାଜପୁରରେ ଚାଷୀ ଆତ୍ମହତ୍ୟା

କଣ୍ଟିଗଡିଆ : ଯାଜପୁରର ଧର୍ମଶାଳା ଥାନା ପଟୁଣିଆ ପଞ୍ଚାୟତ ଢିହ ନରସିଂହପୁର ଗ୍ରାମର ଜଣେ ଚାଷୀ ଋଣଭାର ସହ୍ୟ ନକରିପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ‌େହାଇଛି। ଏହାକୁ ନେଇ ଲୋକେ ରାସ୍ତାରୋକ ହେବାରୁ ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ମୃତ ଚାଷୀ ହେଉଛନ୍ତି ସୁଶାନ୍ତ ଗନ୍ତାୟତ(୪୦) । ଗତ ୧୨ ତାରିଖ ଦିନ ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ପକ୍ଷରୁ ତାଙ୍କୁ କଟକ ମେଡିକାଲରେ ଚିକିତ୍ସିତ କରାଯାଉଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ପ୍ରଚାର ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ପ୍ରତିବାଦରେ ରାସ୍ତାରୋକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe