ଋଣ ବୋଝ ସହି ନପାରି ଚାଷୀଙ୍କ ଆତ୍ମହତ୍ୟା

Advertisment
ହାତୀ ଫସଲ ଉଜାଡ଼ିବାରୁ ଚାଷୀଙ୍କ ଆତ୍ମହତ୍ୟା!

marathi.netive.in

ଯାଜପୁରସଦର/ବରୀ/ବିଂଝାରପୁର : ଋଣ ବୋଝ ସହି ନପାରି ଜୀବନ ହାରିଲେ ବୃଦ୍ଧ ଚାଷୀ। ବିଂଝାରପୁର ଥାନା ତଥା ବରୀ ବ୍ଲକ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମରେ ଘଟିଛି ଏହି ଦୁର୍ଭାଗ୍ୟଜନକ ଘଟଣା। ମୃତ ଚାଷୀ କନ୍ତିଅା ଗ୍ରାମର ଯଦୁନାଥ ମଲ୍ଲିକ (୬୧)। ବିଲ ନିକଟରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଆଜି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ବିଂଝାରପୁର ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ୩୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଯଦୁନାଥ ଗତ ତିନିବର୍ଷ ହେଲା ଚାଷରେ କ୍ଷତି ସହୁଥିଲେ। ଚାଷ ବାବଦରେ ବିଭିନ୍ନ ଲୋକଙ୍କଠାରୁ ୩-୪ ଲକ୍ଷ ଟଙ୍କା ସେ ଧାରକରଜ କରିଥିଲେ। ଏଥିପାଇଁ ସବୁବେଳେ ସେ ଚାପରେ ରହୁଥିଲେ। ଆଜି ସକାଳେ ବିଲକୁ ଯାଇ ଚାଷର ଅବସ୍ଥା ଦେଖି ସେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ବିଂଝାରପୁର ଥାନାରେ ଜଣାଇଛନ୍ତି। ଏ ସଂପର୍କରେ ଆଇଆଇସି ଅମରେନ୍ଦ୍ର ଦାଶଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଆତ୍ମହତ୍ୟାର କାରଣ ଏବେ ଜଣାପଡ଼ି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe