The Guardian Nigeria
ସମ୍ବଲପୁର: ଧାନ ବିକ୍ରି ବାବଦରେ ବ୍ୟାଙ୍କ ଖାତାକୁ ଆସିଥିବା ସବୁ ଅର୍ଥକୁ ଜମି ମାଲିକ ରଖି ନେବା ଓ ଅସଲ ଚାଷୀଙ୍କୁ କିଛି ନଦେବା ପରେ ସଂପୃକ୍ତ ଭାଗ ଚାଷୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଶାସନ ପୁଲିସ୍ ଜମି ମାଲିକ ଦୁଇ ଭାଇଙ୍କ ପତ୍ନୀ ମାନଙ୍କୁ ଗିରଫ କରିଛି। ଜମି ମାଲିକ ଜମନକିରା ଥାନା ସାନ କୁଣ୍ଡେସରା ଗାଁର ପ୍ରଶାନ୍ତ ପ୍ରଧାନଙ୍କ ପତ୍ନୀ ଜାମିନି ପ୍ରଧାନ ଏବଂ ପ୍ରଶାନ୍ତଙ୍କ ଭାଇ ପଦ୍ମନାଭ ପ୍ରଧାନଙ୍କ ପତ୍ନୀ ରେଣୁପମା ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛି।
ଏହି ଘଟଣାରେ ଶାସନ ପୁଲିସ ଆଇପିସିର ଧାରା ୩୦୬, ୪୨୦, ୩୪ରେ ମାମଲା ନମ୍ବର ୧୮୮ ରୁଜୁ କରି ଦୁଇ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଏବଂ ପଦ୍ମନାଭଙ୍କୁ ଖୋଜୁଛି। ଉଲ୍ଲେଖଯୋଗ୍ୟ, ଶାଶନ ଥାନା ଅନ୍ତର୍ଗତ ସେରସୁଆଁତଲ୍ର ଚାଷୀ ଭି ଗୋପାଳ କୃଷ୍ଣ ସାନ କୁଣ୍ଡେସରାର ପ୍ରଶାନ୍ତ ପ୍ରଧାନଙ୍କ ୭ ଏକର ଜମି ଭାଗ ଚାଷ କରିଥିଲେ। ସେଥିରୁ ଅମଳ ଧାନକୁ ସେ ପ୍ରଶାନ୍ତ ଏବଂ ତାଙ୍କ ଭାଇ ପଦ୍ମନାଭଙ୍କ ନାମରେ ଥିବା ଚାଷୀ ପଞ୍ଜୀକରଣ କାର୍ଡରେ ବିକ୍ରି କରିଥିଲେ। ଫଳରେ ସେ ଧାନବିକ୍ରି ବାବଦ ୫ ଲକ୍ଷ ୧୦ ହଜାର ଟଙ୍କା ମାଲିକ ଦୁଇ ଭାଇଙ୍କ ଖାତାକୁ ଯାଇଥିଲା। କିନ୍ତୁ ସେମାନେ ଗୋପାଳକୃଷ୍ଣଙ୍କୁ ତାଙ୍କ ଟଙ୍କା ଦେବା ବଦଳରେ ହଇରାଣ ହରକତ କରିଥିଲେ। ଏଥିରେ ମର୍ମାହତ ହୋଇ ଗତ ୨ ତାରିଖ ସକାଳେ ଗୋପାଳ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ଏନେଇ ଗୋପାଳଙ୍କ ପୁଅ ଭି ଜଗଦୀଶ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Follow Us