ଋଣ ଶୁଝି ନ ପାରି ଚାଷୀଙ୍କ ଆତ୍ମହତ୍ୟା

Advertisment
ଋଣ ଶୁଝି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ଆଗରପଡ଼ା/ଆଗରପଡ଼ା : ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅନ୍ତର୍ଗତ ଆଡିଆସ୍ଥିତ ପନ୍ଦାଡୋ ଗ୍ରାମର ଚାଷୀ ଗୟାଧର ଦାସ(୪୨) ଋଣ ଶୁଝି ନ ପାରି ଆଜି ଆତ୍ମହତ୍ୟା କରିଛନ୍ତି।

ଗୟାଧର ୧ଏକର ଜମି ସହ ୧୧ଏକର ଜମି ବଖରାରେ ଆଣି ଚାଷ କରିଥିଲେ। ବିଭିନ୍ନ ସଂସ୍ଥାରୁ ଋଣ କରି ଚାଷ କରିଥିଲେ। ମାତ୍ର ଚାଷ ସମୟରେ ମାଟିଆ ଗୁଣ୍ତି ପୋକ ଆକ୍ରାନ୍ତ ଯୋଗୁଁ ଧାନ ଫସଲ ଠିକ୍ ଭାବେ ଅମଳ ହୋଇ ପାରି ନ ଥିଲା। ପରିବାର ଚଳାଇବା କାଠିକର ହୋଇପଡିଥିବା ବେଳେ ଋଣଭାର ତାଙ୍କୁ ଅଧିକ ଚିନ୍ତାରେ ପକାଇଥିଲା। ଋଣ ଭାର ବଢିଯିବା ଯୋଗୁଁ ସେ ଗତ କିଛି ଦିନ ହେଲା ଚିନ୍ତାରେ ରହିଥିଲେ।

ଆଜି ଦିନ ପ୍ରାୟ ୩ଟା ସମୟରେ ପାଣଗଢିଆ ପଳାସବଣିରେ ତାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଋଣ ଶୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଶବଟିକୁ ଜବତ କରି ଭଦ୍ରକ ମେଡିକାଲକୁ ପଠାଇଛି। ଏ ସମ୍ପର୍କରେ ଗୟାଧରଙ୍କ ଶଳାଙ୍କ ଅଭିଯୋଗ କ୍ରମେ ଥାନାରେ ୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଗୟାଧର ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe