ପୁଣି ବିଷ ପିଇଲେ ଚାଷୀ

Advertisment
ପୁଣି ବିଷ ପିଇଲେ ଚାଷୀ

ସମ୍ବଲପୁର : ଫସଲ ନଷ୍ଟ ଚିନ୍ତାରେ ପୁଣି ଜଣେ ଚାଷୀ ବିଷ ପିଇଛନ୍ତି। ସୋନପୁର ଜିଲ୍ଲା ବିନିକା ଥାନା ବଲାରଙ୍ଗା ଗାଁର ରାମଚନ୍ଦ୍ର ସେଠ୍‌ (୭୬) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଫସଲ ଭଲ ନହେବାରୁ ରାମଚନ୍ଦ୍ର ବହୁ ଦିନ ହେଲା ମାନସିକ ଚପଗ୍ରସ୍ତ ଥିଲେ। ଗତ ୧୮ ତାରିଖ ଦିନ ବିଲକୁ ଯାଇଥିବାବେଳେ ସେଠାର ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ବିନିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳ ୭ଟା ୧୫ରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe