ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଲା କଂଗ୍ରେସ

Advertisment

marathi.netive.in

ଭୁବନେଶ୍ୱର : ଆଜି ବି ବିଧାନସଭାରେ ଚାଷୀ ଆତ୍ମହତ୍ୟା କଥା ଉଠିଛି। ଏ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। କହିଥିଲେ, ସେ ଆଗରୁ ଜଣାଇଥିଲେ, ବଲାଙ୍ଗୀରରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ମନ୍ତ୍ରୀ ଅନ୍ୟ ସବୁ କଥା କହିଲେ ଓ ସାମଗ୍ରିକ ଭାବେ ଓଡ଼ିଶାର ଚିତ୍ର ରଖିଲେ। କିନ୍ତୁ ଏ ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତିରେ କିଛି ନାହିଁ ।

ବରଗଡ଼, ବଲାଙ୍ଗୀର, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଚାଷୀ ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ, ଏଠି ବାଚସ୍ପତିଙ୍କ ନିର୍ଦେଶ ବି ପାଳନ ହେବନି? ଗଣତନ୍ତ୍ର ଶାସନ ଚାଲିଛି? ବିରୋଧୀ ଅନୁପସ୍ଥିତ ଥିବା ସତ୍ତ୍ୱେ ଗୃହ ଚାଲିବ? ବିଜେପିକୁ ଲକ୍ଷ୍ୟ କରି କହିଥିଲେ, ଯେଉଁମାନେ ଆଲୋଚନା କଲେ, ସେମାନଙ୍କ ପାଇଁ ବୋଧହୁଏ ଚାଷୀ ଆତ୍ମହତ୍ୟାର କୌଣସି ମାନେ ନାହିଁ। ଗୋଟିଏ ପଟେ ସଂସଦରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚାଷୀ ଆତ୍ମହତ୍ୟା କରୁଥିବା କଥା କହୁଛନ୍ତି, ଏଠି ବିଧାନସଭାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାର ମୁହଁ ଖୋଲିବେ ନାହିଁ? ଶ୍ରୀ ମିଶ୍ର କହିଥିଲେ, ଅତୀତରେ ଜଣେ ବାଚସ୍ପତି ବରଗଡ଼ ଜିଲ୍ଲାର ଚାଷୀ ଖଇନୁ ବଗର୍ତି ଆତ୍ମହତ୍ୟାର ଅନୁଧ୍ୟାନ କରିବା ପାଇଁ କମିଟି ଗଠନ କରିଥିଲେ। ୨୦୧୭ ମାର୍ଚ୍ଚ ୨୩ ତାରିଖରେ ଏହି ନିର୍ଦେଶ ଦିଆଯାଇଥିଲା। ବର୍ତମାନର ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ କମିଟି ଯାଇ ଅନୁଧ୍ୟାନ କରିବା କଥା। ସେ ଗଲେନି କି ତତ୍କାଳୀନ ବାଚସ୍ପତି ବି କିଛି କହିଲେନି। ଗଣତନ୍ତ୍ର ଉପରୁ ଯେତେବେଳେ ଆସ୍ଥା ତୁଟିଯାଏ, ସେବେ ଲୋକେ ଆଇନକୁ ହାତକୁ ନିଅନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ଗୃହ ଯେତେବେଳେ ନିରବଦ୍ରଷ୍ଟା ସାଜିବ, ଆଇନ ଓ ଗଣତନ୍ତ୍ର ଉପରେ ଲୋକଙ୍କ ଆସ୍ଥା ତୁଟିଯିବ, ସେତେବେଳେ ଲୋକେ ମାତିବେ େବାଲି ସତର୍କ କରାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe